ପାଣିରେ ଭାସୁଛି ବେଗୁନିଆପଡ଼ା ମାଛ ମାର୍କେଟ , କେବେ ଭାଙ୍ଗିବ ପ୍ରଶାସନର ନିଦ ।

ବେଗୁନିଆପଡ଼ା,୧୧/୦୯(ପିପିଟି ):ସାମାନ୍ୟ ବର୍ଷା ରେ ବେଗୁନିଆପଡ଼ା ମାଛ ମାର୍କେଟ ଭିତରେ ପାଣି ଜମି ରହୁଥିବାରୁ ବେପାରୀ ଓ ଗ୍ରାହକ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ପାଣି ଭିତରେ ଛିଡ଼ା ହୋଇ ବ୍ୟବସାୟ କରିବାକୁ ବାଧ୍ୟ ହେଉଛନ୍ତି ବେପାରୀ। କିନ୍ତୁ ଗ୍ରାହକ ଯେମିତି ସେହି ସ୍ଥାନ ର ସଦ୍ୟ ଧରାଯାଉଥିବା ମାଛ କିଣିବା ଭଳି ଲାଗୁଛି । ସାମାନ୍ୟ ବର୍ଷାରେ ଯଦି ମାର୍କେଟର ଏଭଳି ଅବସ୍ଥା ହେଉଛି,ଅଧିକା ବର୍ଷାରେ କେମିତି ପରିସ୍ଥିତି ସୃଷ୍ଟି ହେଉଥିବ ସାଧାରଣ ରେ ଅନୁମେୟ । ତେବେ ଜଳ ନିଷ୍କାସନ ବ୍ୟବସ୍ଥା ନେଇ ପ୍ରଶାସନର ପ୍ରସ୍ତୁତି କେତେ ଏହି ଦୃଶ୍ୟ ଦେଖିଲେ ଜଣାପଡୁଛି । ଲୋକଙ୍କ ସୁବିଧା ପାଇଁ ସରକାରୀ ଟଙ୍କାରେ ତିଆରି ମାର୍କେଟରେ ଏଭଳି ଅବ୍ୟବସ୍ଥା ପାଇଁ ଦାଈ କିଏ ? ମାର୍କେଟରେ ଆଣ୍ଠୁଏ ପାଣି ଜମିବା ପରେ ମଧ୍ୟ କାହିଁକି ଚେତୁ ନାହାଁନ୍ତି ଅଧିକାରୀ ? ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କେବେ ହେବ ? ବେପାରୀ ଓ ସାଧାରଣ ଲୋକଙ୍କ ଦୁର୍ଦ୍ଦଶା କେବେ ସରିବ ? ପାଣି କେବେ ବାହାରିବ, ଆଉ ସମସ୍ୟାର ସ୍ଥାୟୀ ସମାଧାନ କେବେ ହେବ? ତାକୁ ହିଁ ଅପେକ୍ଷା କରିଛନ୍ତି ସେଠାରେ ନିର୍ଭର କରୁଥିବା ବ୍ୟବସାୟୀ, ଗ୍ରାହକ ଏବଂ ଜନସାଧାରଣ ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment