ପାଣିରେବୁଡି ବାଳିକାର ମୃତ୍ଯୁ ।

ପୋଲୋସରା,୧୯/୦୪(ପିପିଟି); ପୋଲୋସରା ଚିରିକିପଡା ଶାସନ ଗ୍ରାମବାସିନ୍ଦା ଗାୟତ୍ରୀ ସାହୁଙ୍କ ୭ ବର୍ଷର ଝିଅ ବନ୍ଧ ରେ ବୁଡି (ନୁଆଁ ବନ୍ଧ) ମୃତ୍ଯୁ ହୋଇ ଥିବା ଖବର ମିଳିଛି । ସୂଚନା ପ୍ରକାରେ ଚିରିକିପଡା ଶାସନ ର ଗାୟତ୍ରୀ ସାହୁ ନିଜ ୭ ବର୍ଷର ଝିଅ ପାୟଲକୁ ଧରି ଗ୍ରାମ ନିକଟସ୍ଥ ନୁଆଁବନ୍ଧକୁ ଗାଧୋଇ ବାକୁ ଯାଇଥିଲେ ନିକଟସ୍ତ ଜାଗାକୁ ଯାଇ ଶୌଚ ସାରି ବନ୍ଧ କୁ ଗାଧୋଇବାକୁ ଆସିଵାବେଳେ ନିଜ ଝିଅକୁ ବନ୍ଧ ହୁଡ଼ା ଠାରେ ଦେଖିବାକୁ ପାଇନଥିଲେ । ପରେ ପରେ କିଛି ଗ୍ରାମ ବାସିଙ୍କ ସହାୟତରେ ଖୋଜା ଖୋଜି ପରେ ମୁମୁର୍ଷ ଅବସ୍ଥାରେ ବନ୍ଧରୁ ଝିଅଟିକୁ ପାଇଥିଲେ। ସେହିଠାରୁ ପାୟଲ କୁ ପୋଲସରା ମେଡିକେଲକୁ ନିଆ ଯାଇଥିଲା । ସେଠାରେ ଡାକ୍ତର ଝିଅଟିକୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ପୋଲିସ୍ ପହଁଚି ୪/୨୧ ପ୍ରକାରେ ଅପମୃତ ମାମଲା ରୁଜୁ କରିବାସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ହସ୍ତଗତ ହୋଇଛି । (ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Comments (0)
Add Comment