ପାଣିଘେରରେ ଥିବା ମାରଡା ଗାଁରେ ପହଁଚିଲା ପ୍ରଶାସନ ।

ହରଭଙ୍ଗା,୦୬/୦୯: ମହାନଦୀରେ ବନ୍ୟାଜଳବୃଦ୍ଧି ଯୋଗୁଁ ହରଭଙ୍ଗା ବ୍ଲକ କୁଶଙ୍ଗ ବନ୍ୟପ୍ରାଣି ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପାଣିଘେରରେ ରହିଥିଲା ।ଉଦଣ୍ଡୀ ନାଳରେ ୧୦ଫୁଟ ଉଚ୍ଚରେ ବନ୍ୟାଜଳ ଯୋଗୁଁ ମାରଡା ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଥିଲା । ଏ ନେଇ ଶନିବାର ସମାଜ ଲାଇଭ ରେ ଖବର ପ୍ରକାଶ ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ହରଭଙ୍ଗା ତହସିଲଦାର ବଳଦେବ ବେହେରା,ସ୍ଥାନୀୟ ସରପଞ୍ଚ ଜିତେନ୍ଦ୍ର କୁମାର ବେହେରା,, ସୁପରଫାଇଜର ଜ୍ୱଳନ୍ତ ନାଏକ,ରାଜସ୍ୱ ନିରୀକ୍ଷକ ପଙ୍କଜ କହଁର,ହରଭଙ୍ଗା ଅଗ୍ନିଶମ ବାହିନୀ ଡାକ୍ତରୀ ଟିମ ଉଦଣ୍ଡି ନାଳ ନିକଟରେ ପହଂଚିଥିଲେ। ସେଠାରୁ ବୋଟ ସାହାଯ୍ୟରେ ଚାଉଳ,ଡାଲି, ତେଲ, ଲୁଣ ଆଦି ଶୁଖିଲା ଖାଦ୍ୟ,ପାଣି, ପାଣିଘେରରେ ଥିବା ମାରଡା ଗ୍ରାମବାସୀଙ୍କୁ ବଣ୍ଟନ କରିଥିଲେ । ଏହା ସହିତ ସାଙ୍ଗରେ ଯାଇଥିବା ଡାକ୍ତରି ଦଳ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ବଣ୍ଟନ କରିଥିବା ସୂଚନା ମିଳିଛି ।

Comments (0)
Add Comment