ବୋଲଗଡ଼,୧୮/୧୧(ପିପିଟି);ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଁଆ ଗ୍ରାମ ପଞ୍ଚାୟତର ପାଟବନ୍ଧ ପ୍ରାଥମିକ ବିଦ୍ୟାଳୟରେ କୋଭିଡ୍ ଟେଷ୍ଟ କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସାଗରଗୁଁଆ ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଭାଷଚନ୍ଦ୍ର ରାୟଗୁରୁ,ନୋଡାଲ ଅଫିସର ଅନିତା ସେନାପତି ,ମହିଳା ସ୍ୱାସ୍ଥ୍ୟ କର୍ମୀ ପୁଷ୍ପଲତା ପରିଡା, ଏଏନ୍ଏମ୍ ରିତାଞ୍ଜଳି ସାହୁ, ଅଙ୍ଗନୱାଡି କର୍ମୀ ନମିତା ପ୍ରଧାନ, ପାର୍ବତୀ ମହାପାତ୍ର, ବିନୋଦିନୀ ରଣସିଂହ, ଆଶାକର୍ମୀ ହୁଲାସବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବା ସହିତ ସୁପରିଚାଳନା ମଧ୍ୟକରିଥିଲେ। ଉକ୍ତ ବ୍ୟକ୍ତିମାନଙ୍କର ଏବଂ ମେଡିକାଲ ଟିମ୍ ର ଚେଷ୍ଟାଫଳରେ ୨୭୪ଜଣ ବ୍ୟକ୍ତିଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୨୪୭ଆଣ୍ଟିଜେନ୍ ଟେଷ୍ଟ ଓ ୨୭ଜଣଙ୍କର ସ୍ୱାବଟେଷ୍ଟ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ସଂପାଦିତ ହୋଇଥିଲା। ଆଜିଦିନର ଟେଷ୍ଟ ସାଗରଗୁଁଆ ପଞ୍ଚଚାୟତର ସର୍ବାଧିକ ଥିଲା।
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )