ପାଟବନ୍ଧ ପଶ୍ଚିମେଶ୍ୱରଙ୍କ ପୀଠରେ ସପ୍ତମ ବାର୍ଷିକ ଆଞ୍ଚଳିକ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ।

ବୋଲଗଡ,୧୧/୦୩ (ପିପିଟି):ବୋଲଗଡ଼ ବ୍ଲକ ଅନ୍ତର୍ଗତ ପାଟବନ୍ଧ ଗ୍ରାମର ପଶ୍ଚିମେଶ୍ୱର ଦେବଙ୍କ ପୀଠରେ ସପ୍ତମ ବାର୍ଷିକ ଆଞ୍ଚଳିକ ବିଶ୍ଵଶାନ୍ତି ମହାଯଂଜ୍ଞ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସରେ ସକାଳ ସମୟରେ ଗ୍ରାମର ମାବୁଢିଦେଇ ସିଂହନାଦ ଡ୍ୟାମ୍ ରୁ ପଟୁଆର ଶୋଭାଯାତ୍ରା ସହିତ କଳସ ଯାତ୍ରା କରାଯାଇ ତୀର୍ଥ ଆବାହନ,୧୦୮ କଳସ ସ୍ଥାପନ,ଶୁଭ ଅଙ୍କୁାରୋପଣ, ଯଂଜ୍ଞା ରମ୍ଭ, ଅଗ୍ନି ସ୍ଥାପନ ହୋଇଥିଲା। ଦ୍ୱିତୀୟ ଦିବସରେ ସୂର୍ଯ୍ୟପୂଜା, ଯଜ୍ଞ ଆରମ୍ଭ,ସାଲାପୂଜା, ଦେବାର୍ଚ୍ଚନା ଆଦି କାର୍ଯ୍ୟ କରାଯାଇ ଶେଷ ଦିବସରେ ପୂର୍ଣ୍ଣାହୂତି କାର୍ଯ୍ଯ ସମାପନ ହୋଇଥିଲ। ଏହି ବିଶ୍ୱ ଶାନ୍ତି ମହାଯଜ୍ଞରେ ଅତିଥି ଭାବେ ସ୍ଥାନୀୟ ସମାଜସେବୀ ମନୋଜ କୁମାର ପ୍ରଧାନ ଯୋଗ ଦେଇଥିଲେ। କର୍ତା ଓ କର୍ତ୍ରୀ ଭାବେ ମାନଗୋବିନ୍ଦ ରାଉତରାୟ ଓ ଚାରୁଲତା ରାଉତରାୟ କାର୍ଯ୍ୟ ତୁଲାଇ ଥିଲେ। ଆଚାର୍ଯ୍ୟ ଓ ସାଥୀ ମାନଙ୍କ ଦ୍ୱାରା ସମସ୍ତ ପୂଜା କାର୍ଯ୍ଯ ସମ୍ପାଦନା କରିଥିଲେ। ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ପ୍ରତେହ ରେ ରାମନାଟକ, ଦାସକାଠିଆ, ଭାଗବତ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଗ୍ରାମବାସୀ ଏବଂ ଅଞ୍ଚଳର ସମସ୍ତ ଶ୍ରଦ୍ଧାଳୁ ମାନେ ମିଳିତ ଭାବେ ସହଯୋଗ କରି ପରିଚାଳନା କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment