ସାନଖେମୁଣ୍ଡି,୦୬/୦୧(ପିପିଟି): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପକ୍ଷରୁ ଗତ ବର୍ଷ ବେଆଇନ ଜବତ କରିଥିବା ବାଣକୁ ଆଜି ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୋଡି ପାଣି ପକାଇ ନଷ୍ଟ କରାଯାଇଥିଲା । ସାନଖେମୁଣ୍ଡି ତହସିଲଦାର ଡ଼ଃ ଶ୍ରୀନିବାସ ବେହେରା, ପାଟପୁର ଥାନା ଅଧିକାରୀ ସବ୍ୟସଚ୍ଚି ମଲ୍ଲ, ଛତ୍ରପୁର ବୋମ ଡିସ୍ପୋଜାଲ ଟିମ ଦିଲୀପ କୁମାର ରଣା, ସୁଶାନ୍ତ କୁମାର କହ୍ନର, ସାନଖେମୁଣ୍ଡି ଅଗ୍ନିଶମ ଅଧିକାରୀ ଜିତେନ୍ଦ୍ର ଭୋଇ, ଆମ୍ବୁଲାନ୍ସ ସମେତ ଅନେକ ପୋଲିସ କର୍ମଚାରୀ ମାନଙ୍କ ଉପସ୍ଥିତରେ ବିଗତ ବର୍ଷ ପାଟପୁର ଥାନା ଜବତ କରିଥିବା ଲକ୍ଷାଧିକ ଟଙ୍କାର ବେଆଇନ ବାଣକୁ ନଷ୍ଟ କରାଯାଇଛି । ପାଟପୁର ଥାନା ଅଞ୍ଚଳରେ ଥିବା ଜଙ୍ଗଲ ମଧ୍ୟକୁ ଜବତ କରାଯାଇଥିବା ବାଣକୁ ନେଇ ହିଟ୍ଟାଚି ସାହାଯ୍ୟରେ ୧୦ ଫୁଟର ଗାତ କରି ସେ ମଧ୍ୟରେ ଜବତ ବାଣକୁ ପକାଯାଇଥିଲା । ପରେ ଡିଜେଲ ପକାଇ ବୋମ ଡିସ୍ପୋଜାଲ ଟିମର ହାବିଲଦାର ଦିଲୀପ କୁମାର ରଣା ସତର୍କତାର ସହିତ ନିଆଁ ଲଗାଇଥିଲେ । କିଛିସମୟ ପାଇଁ ସମଗ୍ର ଅଞ୍ଚଳ ଧୂଆଁ ମୟ ହୋଇଉଠିଥିଲା । ବାଣ ର ଶବ୍ଦ ରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇ ହେଉଥିଲା । ପରେ ଦମକଳ ବାହିନୀ ପୋଡା ବାଣ ରେ ପାଣି ଭର୍ତ୍ତି କରିବା ପରେ ପୁଣି ହିଟ୍ଟାଚି ସାହାଯ୍ୟରେ ଗାତକୁ ପୋତି ଦିଆଯାଇଥିଲା ।
(ରିପୋର୍ଟ- ଆରତ କୁମାର ହୋତା। )