ପାଟପୁର ଥାନା ପକ୍ଷରୁ ଆଇପିଏଲ ବେଟିଂ ଚଢ଼ାଉ , ୬ ଗିରଫ ।

ସାନଖେମୁଣ୍ଡି,୨୬/୦୯(ପିପିଟି): ପାଟପୁର ଥାନା ଅଞ୍ଚଳରେ ଚାଲିଥିବା ଅବୈଧ ଆଇପିଏଲ ବେଟିଂ ଜନିତ ଅର୍ଥ କାରବାରକୁ ନେଇ ପାଟପୁର ପୋଲିସ ପକ୍ଷରୁ ଚଢାଉ ଜାରି ରହିଅଛି । ଏହି କ୍ରମରେ ଗତକାଲି କୌଣସି ସୂତ୍ରରୁ ଖବର ପାଇ ଭାରପ୍ରାପ୍ତ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସଦଳବଳେ ଡେଙ୍ଗାଉସ୍ତା – ସିଙ୍ଗିପୁର ମଧ୍ୟସ୍ଥ କଲଭର୍ଟ ଉପରେ ଚାଲିଥିବା ବେଟିଙ୍ଗ ଆସରକୁ ଚଢାଉ କରିବା ସହିତ ଛଅ ଜଣକୁ ଗିରଫ କରିଛନ୍ତି । ସେମାନଙ୍କ ନାମରେ ପାଟପୁର ଥାନାରେ କେସ ନଂ- ୩୧୨/୨୧ ପ୍ରକାରେ ମାମଲା ରୁଜୁ କରାଯାଇଅଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଆଠ ଗୋଟି ମୋବାଇଲ୍ ସହ ୧,୬୦,୫୦୦ ( ଏକ ଲକ୍ଷ ଷାଠିଏ ହଜାର ପାଞ୍ଚ ଶହ ) ଟଙ୍କା ଜବତ କରିବା ସହ ଏହି ବେଟିଂ ଖେଳ ସହ ଜଡ଼ିତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବା ନେଇ ଚଢାଉ ଜାରି ରହିଥିବା ଆଜି ପାଟପୁର ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମାଶଙ୍କର ସିଂ ଏବଂ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଫାସିଗୁଡ଼ା ଗ୍ରାମର ରମେଶ ଚନ୍ଦ୍ର ନାୟକ , ପୋଡାମାରୀ ଗ୍ରାମର କାଳୀ ଚରଣ ସାହୁ ଓ ଶିବ ଶଙ୍କର ମହାନ୍ତି , ମଉଳାଭଞ୍ଜା ଗ୍ରାମର ଯୋଗୀ ବେହେରାଙ୍କ ସମେତ ଧରମପୁର ଗ୍ରାମର ଏ.ବାବୁଲା ଦୋରାଙ୍କୁ ୟୁ/ଏସ ଧାରା ୨୯୪-ଏ /୪୨୦ / ୧୨୦-ବି ଆଇପିସି / ଆର ଡବ୍ଲୁ ୪ ଏବଂ ୫ ଚିଟଫଣ୍ଡ ଓ ଅନୈତିକ ଅର୍ଥ କାରବାର ଜନିତ ଧାରା ୧୯୭୮ ପ୍ରକାରେ କୋର୍ଟ ଚାଲାଣ କରାଯାଇଥିବା ଥାନା ପକ୍ଷରୁ ପ୍ରେସ ରିଲିଜ୍ ମାଧ୍ୟମରେ ସୂଚିତ କରାଯାଇଅଛି ।

(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment