ପାଟପୁର ଥାନା ଅଧିକାରୀଙ୍କ ନାମରେ ଫେସବୁକରେ ଫେକ ଆକାଉଣ୍ଟ ଖୋଲି ଠକେଇ କରିବାକୁ ଚେଷ୍ଟା କରିଛି ସାଇବର ଠକ।

ବ୍ରହ୍ମପୁର,୧୨/୧୦(ପିପିଟି): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନାମରେ ଫେସବୁକରେ ଫେକ ଆକାଉଣ୍ଟ ଖୋଲି ଠକେଇ କରିବାକୁ ଚେଷ୍ଟା କରିଛି ସାଇବର ଠକ। ସାଇବର ଠକ ମାନେ କେତେବେଳେ କାହାର ଫେକ ଆକାଉଣ୍ଟ, କେତେବେଳେ ବ୍ଲାକମେଲିଙ୍ଗ, ତ କେତେବେଳେ ଅର୍ଥର ଲୋଭ ଦେଖାଇ ଲୋକଙ୍କୁ ଠକିଥାନ୍ତି । ଲୋକେ ଠକାମୀର ଶିକାର ହେଲା ପରେ ଥାନାରେ ଗୁହାରି କରନ୍ତି । ପୋଲିସ ମଧ୍ୟ ନିଜର ଉଦ୍ୟମ କରେ ଠକାମିକୁ ଧରିବା ପାଇଁ । କେହି ଧରା ପଡନ୍ତି, ନହେଲେ ପ୍ରାୟ ସାଇବର ଠକାମିରେ ଶିକାର ହୋଇଯାଆନ୍ତି । ମଙ୍ଗବାରଦିନ ଏମିତି ଏକ ଘଟଣା ସାନଖେମୁଣ୍ଡି ରେ ଦେଖାଯାଇଛି ଯେ ଲୋକେ ଚିନ୍ତାରେ ପଡିଗଲେଣି । ପାଟପୁର ଥାନା ଅଧିକାରୀଙ୍କ ନାମରେ ଫେକ ଆକାଉଣ୍ଟ ଖୋଲି ଲୋକଙ୍କୁ ଠକିବା ପାଇଁ ଚେଷ୍ଟା କରିଛନ୍ତି ସାଇବର ଠକ । କିନ୍ତୁ ଲୋକେ ଠକାମୀର ଶିକାର ହେବା ପୂର୍ବରୁ ନିଜେ ଥାନା ଅଧିକାରୀ ଲୋକଙ୍କୁ ସତର୍କତା କରିଦେଇଛନ୍ତି ଯେ ତାଙ୍କରି ନାମରେ ଫେସବୁକ ରେ ଏକ ଫେକ ଆକାଉଣ୍ଟ ଖୋଲାଯାଇଛି, ସମସ୍ତେ ସତର୍କତା ରହିବା ପାଇଁ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ସାଇବର ଠକ ପୋଲିସ ପୋଷାକ ପିନ୍ଧା ସବ୍ୟସାଚୀ ମଲ୍ଲଙ୍କ ଫୋଟ ରଖି ଫେସବୁକ ଆକାଉଣ୍ଟ କରି ଲୋକଙ୍କୁ ମିଛକଥା କହି ଟଙ୍କା ମାଗୁଥିବା ଦେଖିବାକୁ ମିଳିଛି । ଲୋକଙ୍କୁ ବିଶ୍ୱାସ ହେବା ପରି କରିଛି ସମ୍ପୂର୍ଣ ପ୍ଲାନ । ଥାନା ଅଧିକାରୀଙ୍କ ସାଙ୍ଗ ସିଆରପିଏଫ(CRPF) ରେ ଚାକିରୀ କରୁଛନ୍ତି, ତାଙ୍କରି ବଦଳି ହୋଇଯାଇଛି ଓ ସିଆରପିଏଫ ସାଙ୍ଗ ତାହାରି ସମସ୍ତ ଗୃହଉପକରଣ ସାମଗ୍ରୀ ବିକ୍ରି କରିବାକୁ ଚାହୁଁଛନ୍ତି । ଏଭଳି ଶସ୍ତାରେ ଭଲ ସାମଗ୍ରୀ ହାତ ଛଡା କରନ୍ତୁ ନାହିଁ ବୋଲି ଥାନା ଅଧିକାରୀ ଲେଖିଲା ପରି ଲେଖିଛି ସାଇବର ଠକ । ସାମଗ୍ରୀ ମଧ୍ୟରେ ରହିଛି ସୋଫା,ଫ୍ରିଜ,ଏଲିଡି ଟିଭି ସହ ଡାଇନିଂ ସେଟ, ଖଟ, ୱାଶିଂମେସିନ୍ ଇତ୍ୟାଦି । ଅତି ଶସ୍ତା ଦାମ ଲଗାଇ ଲୋକଙ୍କୁ ଥାନା ଅଧିକାରୀଙ୍କ ନାମ ନେଇ ଭୁଆଁ ବୁଲେଇବାକୁ ଚେଷ୍ଟା କରୁଥିବାବେଳେ ଏହି ଫଟୋ ଦେଖି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଲୋକମାନଙ୍କୁ ସତର୍କତା କରାଇଦେଈଛନ୍ତି । ଥାନା ଅଧିକାରୀ କହିଛନ୍ତି ଯେ କୌଣସି ଜଣେ ସାଇବ ଠକ ଫେକ ଆକାଉଣ୍ଟ ଖୋଲିଛନ୍ତି ଏବଂ ଜନସାଧାରଣଙ୍କୁ ଠକିବା ପାଇଁ ଚେଷ୍ଟା କରିଅଛି । ସାଇବର ଠକଙ୍କ ନଜର ଏବେ ବଡବଡିଆଙ୍କ ଫେସବୁକ ଆକାଉଣ୍ଟ ଉପରେ, ଗ୍ରାମାଞ୍ଚଳର ଲୋକଙ୍କୁ ଟାର୍ଗେଟ କରି ଟଙ୍କା ଲୁଟୁଥିବା ବେଳେ, ଏବେ ଅଞ୍ଚଳର ଜଣେ ଥାନା ଅଧିକାରୀଙ୍କ ନାମରେ ଏଭଳି ଫେକ ଆକାଉଣ୍ଟ କରି ନୂଆ ତା ରିକାରେ ଟଙ୍କା ଲୁଟିବାକୁ ଚେଷ୍ଟା କରୁଥିବା ଘଟଣା ଶୁଣି ଲୋକଙ୍କ ମନରେ ଭୟ ଜାତହେଉଥିବା ଦେଖିବାକୁ ମିଳିଛି । ସେଇଥି ପାଇଁ ଲୋକେ ଅଚିହ୍ନା ନମ୍ବର, ଫେସବୁକ, ବ୍ୟକ୍ତି ଙ୍କ ଠାରୁ ଦୁରେଇ ରହି ଠକାମିର ଶିକାର ନ ହେବାକୁ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment