କୋଦଳା,୨୫/୦୯(ପିପିଟି):ସମଗ୍ର ରାଜ୍ୟ ରେ ଜୈଲ କର୍ମଚାରୀ ମାନେ ନିଜର ଦାବି ହାସଲ ପାଇଁ ଧାରଣାରେ ବସିଥିବା ବେଳେ ଗଞ୍ଜାମ ଜିଲ୍ଲା କୋଦଳା ଉପକାରାଗାରରେ ମଧ୍ୟ କର୍ମଚାରୀମାନେ ରାଜ୍ୟ ଜେଲ୍ କର୍ମଚାରୀ ସଙ୍ଘର ନିଷ୍ପତ୍ତି କ୍ରମେ ପାଞ୍ଚ ଦଫା ଦାବି ନେଇ ସେପ୍ଟେମ୍ବର ୧୩ ତାରିଖ ଠାରୁ କଳା ବେଡଜ୍ ପିନ୍ଧି କାର୍ଯ୍ୟରେ ଯୋଗ ଦେଉଥିଲେ କିନ୍ତୁ ସରକାରଙ୍କ ପକ୍ଷରୁ ଜେଲ୍ କର୍ମଚାରୀ ଏଥିରେ କୌଣସି ସୁଫଳ ନ ମିଳିବାରୁ ସୋମବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜେଲ୍ ଆଗରେ ଧାରଣା ରେ ବସିବା ପାଇଁ ସଙ୍ଘ ନିଷ୍ପତ୍ତି ନେବା ଫଳରେ ଆଜିଠାରୁ କୋଦଳା ସବ ଜେଲ୍ କର୍ମଚାରୀ ମାନେ ଜେଲ୍ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )