ପାଞ୍ଚ ଜଣ ବିଇଓଙ୍କ ବଦଳି ଦାବି ସହିତ ଗଞ୍ଜାମର ସମସ୍ଯା କଥା ଉଠାଇଲା ଫରୱାର୍ଡ ବ୍ଲକ।

ବ୍ରହ୍ମପୁର,୧୭/୦୯(ପିପିଟି):ଗଞ୍ଜାମ ଜିଲ୍ଲାରେ ଶିକ୍ଷା ବିଭାଗରେ ଚାଲିଥିବା ଦୁର୍ନୀତି ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସମସ୍ଯା ସମ୍ପର୍କରେ ସରକାର ଦୃଷ୍ଟି ଦେବାକୁ ଦାବି କରିଛି। ଛତ୍ରପୁର ବିଇଓ ସୀତାରାମ ପାତ୍ର, ଗଞ୍ଜାମ ବିଇଓ ଭାଗୀରଥି ବେହେରା,ଭଞ୍ଜନଗର ବିଇଓ ଏସ୍ ଧନଞ୍ଜୟ, ଦିଗପହଣ୍ଡି ବିଇଓ କୁରେଶ ସେଠୀ,ବେଲଗୁଣ୍ଠା ବିଇଓ ପ୍ରସନ୍ନ କୁମାର ବେହେରାଙ୍କ ମନମୁଖି କାରବାର ଓ ନକଲି ଶିକ୍ଷକଙ୍କୁ ସୁରକ୍ଷା ଦେଉଥିବାରୁ ସେମାନଙ୍କ ବିରୁଦ୍ଧରେ ତଦନ୍ତ ଓ ବଦଳି କରିବା। ବିଇଓ ସୀତାରାମ ପାତ୍ର ଚାକିରୀ ସମୟ ମଧ୍ଯରେ ଉଚ୍ଚ ଶିକ୍ଷା କରିବା ପାଇଁ ବିଭାଗୀୟ ଅନୁମତି ନେଇଛନ୍ତି କି ତାର ତଦନ୍ତ। ଛତ୍ରପୁର ବିଇଓଙ୍କ ଦ୍ବାରା ସିଆରସିସି ନିଯୁକ୍ତି ନିମନ୍ତେ ଭିଜନ ଟେଷ୍ଟରେ ଅନିୟମିତତାର ତଦନ୍ତ। ଛତ୍ରପୁର ବିଇଓ ଦ୍ବାରା ଘରୋଇ ବିଦ୍ଯାଳୟକୁ ସିଓଆର ପ୍ରଦାନରେ ଅନୁକମ୍ପା ଘଟଣାର ତଦନ୍ତ। ଛତ୍ରପୁର ବ୍ଲକରେ ଜୁନ୍ ୨୦୨୩ରେ ହୋଇଥିବା ପାଚିକା ସହାୟିକା ମାନଙ୍କ ତାଲିମ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କାର ସମସ୍ତ ବିଲ,ଭାଉଚର ଓ ଏକୁଟେନ୍ସ ର ଯାଞ୍ଚ କରିବା। ଆନ୍ଧ୍ରପ୍ରଦେଶରେ ଅଧ୍ଯୟନ ସମୟରେ ପଛୁଆ ବର୍ଗ ଏବଂ ଶିକ୍ଷକ ଚାକିରୀ ସମୟରେ ଏସସି ପ୍ରମାଣପତ୍ର ଦେଇଥିବା ଘଟଣାରେ ଛତ୍ରପୁର ବିଇଓଙ୍କ ଅନୁକମ୍ପା ଘଟଣାର ତଦନ୍ତ। ଛତ୍ରପୁର ବିଇଓ ଅଫିସର ସିସି ଟିଭି ଓ ବାୟୋମେଟ୍ରିକ ବ୍ଯବସ୍ଥାର ମନୁଷ୍ଯକୃତ ଅଚଳ ଘଟଣାର ତଦନ୍ତ। ଛତ୍ରପୁର ବ୍ଲକର ତିନିଜଣ ଶିକ୍ଷକ ଆଲୋକ କୁମାର ସେଠୀ, ଚନ୍ଦ୍ର ଶେଖର ପ୍ରଧାନ ଓ କୈଳାଶ ଚନ୍ଦ୍ର ପଣ୍ଡା ତା-୦୧/୦୧/୨୦୨୩ ଠାରୁ ତା -୩୦/୦୬/୨୦୨୩ ସ୍କୁଲରେ ଅନୁପସ୍ଥିତ ଥାଇ ଦରମା ନୟମିତ ପାଇଥିବା ସୂଚନା ତଥ୍ଯରୁ ଜଣାପଡିଛି। ଏହି ଘଟଣାରେ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତ ଦାବି। ଛତ୍ରପୁର ବିଇଓ ସୀତାରାମ ପାତ୍ର ସ୍କୁଲ ପରିଦର୍ଶନ ଓ ସରକାରୀ ଗ୍ରସ୍ତ ସମୟରେ ମୋବିଲିଟି ବିଲ୍ ବାବଦରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତାର ତଦନ୍ତ। ଗଞ୍ଜାମ ବିଇଓ ଭାଗୀରଥି ବେହେରା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଡେପୁଟେସନ କରିବା ପାଇଁ ଗଞ୍ଜାମ କବିତା ଘର ଲିଟାରେରି ଟ୍ରଷ୍ଟ, ଏସବିଆଇ ଏକାଉଣ୍ଟ ନମ୍ବର ୩୯୦୯୪୦୩୭୨୮୪କୁ ଚାନ୍ଦା ଆଦୟ ଘଟଣାର ଭିଜିଲାନ୍ସ ତଦନ୍ତ। ଡିପିସି ଓ ଡିଇଓ କାର୍ଯ୍ଯାଳୟରେ ଦୀର୍ଘ ସମୟ ଧରି କାର୍ଯ୍ଯ କରୁଥିବା କର୍ମଚାରୀମାନଙ୍କୁ ବଦଳି। ଜାଲ୍ ସାର୍ଟିଫିକେଟ ତଦନ୍ତ ପାଇଁ ଅଭିଯୋଗ ହେବାର କେତେ ଦିନ ମଧ୍ଯରେ ତଦନ୍ତ ସରିବ ସରକାର ସ୍ପଷ୍ଟ କରନ୍ତୁ। ଗଞ୍ଜାମ ଜିଲ୍ଲାରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା, ଆସିକା ଚିନି ଶିଳ୍ପର ଆଧୁନିକୀକରଣ, ପ୍ରତ୍ୟେକ ବ୍ଲକରେ ଶୀତଳଭଣ୍ଡାର ପ୍ରତିଷ୍ଠା,ଧନ ମଣ୍ଡିରେ ଚାଲି ଥିବା ଅନିୟମିତତା ଘଟଣାର ତଦନ୍ତ, ଚାଷ ଜମିକୁ ଜଳସେଚନ, ନିତ୍ଯବ୍ଯବହାର୍ଯ୍ଯ ଜିନିଷର ଦର ଦାମ ନିୟନ୍ତ୍ରଣ, ବିଜୁଳି ବିଲ୍ ରେ ୨୦୦ ଶହ ୟୁନିଟ୍ ବିଜୁଳି ଦର ରିହାତି ପ୍ରଦାନ କରିବା ପାଇଁ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ଗଞ୍ଜାମ ଜିଲ୍ଲା ପକ୍ଷରୁ ଦାବି କରାଯାଇଥିଲା। ଏହି ସମ୍ବାଦିକ ସମ୍ମିଳନୀରେ ରାଜ୍ଯ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀ, ଜିଲ୍ଲା ସଭାପତି ବିଭୁଧେନ୍ଦ୍ର ପାଢୀ,ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ, କୋଷାଧ୍ୟକ୍ଷ ସପ୍ନେଶ୍ବର ପାଣିଗ୍ରାହୀ,ସମ୍ପାଦକ ମିଥୁନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment