ପାଖେଇ ଆସିଲା ପଣା, ଚାଷୀ ପୁଅ ହେବ ବଣା।

ବୋଲଗଡ଼,୦୮/୦୪(ପିପିଟି): ଓଡିଆ ଜନଜୀବନ ରେ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ସ୍ଥାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ।ଏହି ସଂକ୍ରାନ୍ତି ଦିନ ଠାରୁ ଉଦ୍ଭିଦ ଜଗତ ଓ ଜୀବ ଜଗତକୁ ଜଳ ପ୍ରଦାନ କରାଯାଉ ଥିବାରୁ ଏହାକୁ ଜଳ ସଂକ୍ରାନ୍ତି ବୋଲି କେତେକ ସ୍ଥାନରେ କହିଥାନ୍ତି। ମହାବିଷୁବ ସଂକ୍ରାନ୍ତି ଯାହାକି ଓଡିଆ ପରମ୍ପରା ଅନୁଯାୟୀ ଏହିଦିନ ଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ। ଏଥିସହିତ ଏହି ଦିନଟିକୁ ହନୁମାନ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଇଥାଏ।ଓଡିଆ ପାଞ୍ଜିକା ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଇଥାଏ। ଓଡିଆ ପରିବାରରେ ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ରେ ସ୍ୱତନ୍ତ୍ର ପୂଜା, ଭୋଗ ,ହୋମ ବିଶେଷ କରି ପଣା ପାଣିର ବ୍ୟବସ୍ଥା କରିଥାନ୍ତି। ଯାହାକି ପରିବାର,ବନ୍ଧୁ ବାନ୍ଧବ ଓ ବ୍ରାହ୍ମଣ ମାନଙ୍କୁ ବଣ୍ଟନ କରାଯାଇଥାଏ। ଏହି ଦିନ ସୂର୍ଯ୍ୟ କିରଣ ବୃଦ୍ଧି ପାଇଥାଏ। ଦଣ୍ଡ ଉପାସନା ଧାରୀ ମାନେ ଏହି ଦିନ ବ୍ରତ ଶେଷକରି ‘ମା’ ଙ୍କ ଆଗରେ ନିଆଁରେ ଚାଲି ବ୍ରତ ଶେଷ କରିଥାନ୍ତି ଯାହାକୁ ଆମେ ଝାମୁ ଯାତ୍ରା ବୋଲି କହିଥାଉ। ଏହି ପଣା ଦିନ ଠାରୁ ଚାଷୀ ପୁଅ ତାର ଚାଷଜମି ପାଇଁ ଖତ ମାଟି କରିବା ପାଇଁ ନିଜକୁ ପ୍ରସ୍ତୁତ କରିଥାଏ।ଏବଂ ଚାଷ ଜମି କୁ ସାରଶୋଧ କରିବା ରେ ଲାଗି ପଡିଥାଏ। ସେଥିପାଇଁ ଲୋକ କଥା ଅନୁସାରେ ହେଇ ଆସିଗଲା ପଣା, ଚାଷୀ ପୁଅ ହେବ ବଣା।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment