ପହଲଗାମ ଠାରେ ଆତଙ୍କବାଦୀ ନରସଂହାରରେ ମୃତକଙ୍କୁ ଜିଲ୍ଲା ଆଇନଜୀବୀ ସଂଘ କନ୍ଧମାଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ।

କନ୍ଧମାଳ,୨୭/୦୪: ଚଳିତ ଏପ୍ରିଲ ୨୨ତାରିଖରେ ଜାମୁ- କାଶ୍ମୀରସ୍ଥିତ ପହଲଗାମ ଠାରେ ଆତଙ୍କବାଦୀଙ୍କ ଗୁଳିରେ ବଳି ପଡ଼ିଥିବା ଅମର ଆତ୍ମାଙ୍କ ସମ୍ମାନର୍ଥେ କନ୍ଧମାଳ ଜିଲ୍ଲା ଆଇନଜୀବୀ ସଂଘ,ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଆଇନଜୀବୀ ମାନେ କୋର୍ଟ ପରିସରରୁ ଆତଙ୍କବାଦୀ ଦମନ ଧ୍ୱନି ଦେଇ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ। ଆତଙ୍କବାଦୀଙ୍କ ହୀନ କାର୍ଯ୍ୟକୁ ସାମୁହିକ ନିନ୍ଦା କରିବା ସହ ପାକିସ୍ତାନ ମୁର୍ଦ୍ଦାବାଦ ସ୍ଲୋଗାନ ଦିଆଯାଇଥିଲା। କେନ୍ଦ୍ର ସରକାର ଆତଙ୍କବାଦୀ କାର୍ଯ୍ୟ କଳାପକୁ ଦୃଢ ହସ୍ତରେ ଦମନ କରିବାକୁ ଦାବୀ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଚନ୍ଦ୍ର ଶେଖର ପରିଡା ସାଧାରଣ ସଂମ୍ପାଦକ ବିରେନ୍ଦ୍ର କୁମାର ସୁବୁଦ୍ଧିଙ୍କ ହରିଶ୍ଚନ୍ଦ୍ର ମହାରଣା, ଭଗବାନ ମହାନ୍ତି, ଶିବ ପ୍ରସାଦ ତ୍ରିପାଠୀ,ବିଜୟ ପଟ୍ଟନାୟକ, ବୀଣାପାଣି ପ୍ରଧାନ ପ୍ରମୁଖ ବହୁ ଆଇନଜୀବୀ ଶୋଭାଯାତ୍ରାରେ ଯାଇ ବିଜୁପଟନାୟକ ଛକ ଠାରେ ପ୍ରତିବାଦ ସଭାକରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରମୁଖ ବହୁ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଇନଜୀବୀଙ୍କ ସହ ବରିଷ୍ଠ ନାଗରିକ ସଂଘର ପ୍ରଣବ ଣ୍ଡଳ,ପିତାମ୍ବର ମିଶ୍ର, ବଂଶୀଧର ପଣ୍ଡା, ନବ କିଶୋର ରଥ, ପଞ୍ଚାନନ କହଁର,ବଜାର କମିଟ ସଭାପତି ଅଶୋକ ପଟନାୟକ ସହ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଟି ଶିବା ପାତ୍ର,ନରେଶ ମହାନ୍ତି, ରମେଶ ସାହୁ ଶେଷଦେବ ସାହୁପ୍ରମୁଖ ଗଣ ମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଯୋଗଦେଇ ଥିଲେ। କେନ୍ଦ୍ର ସରକାର ତୁରନ୍ତ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରାଯାଇଥିଲା।

Comments (0)
Add Comment