ପଶ୍ଚିମେଶ୍ୱର ମନ୍ଦିର ରୁ ଚୋରି ଅଭିଯୋଗ।

ପଶ୍ଚିମେଶ୍ୱର ମନ୍ଦିର ରୁ ଚୋରି ଅଭିଯୋଗ।

ବୋଲଗଡ଼,୦୨/୦୮(ପିପିଟି) :ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ତାଳତୁମ୍ବ ଗ୍ରାମରେ ଥିବା ପଶ୍ଚିମେଶ୍ୱରଙ୍କ ମନ୍ଦିରରୁ ଗତବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ମନ୍ଦିରର ମୁଖ୍ୟ ଫାଟକ ଓ ମନ୍ଦିରର କବାଟର ତାଲାଭାଙ୍ଗି ବହୁସଂଖ୍ୟକ ଗରା, ଢାଳ,ପିତଳ ନାଗ ମୁର୍ତ୍ତି, ଥାଳି, ବାରଟି ଘନ୍ଟି, ଦାନବାକ୍ସକୁ ଭାଙ୍ଗି ଟଙ୍କା ନେଇଯାଇଛନ୍ତି। ତତସହିତ ମୁଲ୍ୟ ବାନ ଜିନିସ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ପାଇ ବେଗୁନିଆ ଥାନା ପୋଲିସ ତଦନ୍ତ ଯାରି ରଖିଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment