ପଲ୍ୟୁସନ ଟେଷ୍ଟିଙ୍ଗ ଗାଡି ଦୁର୍ଘଟଣାଗ୍ରସ୍ତ. ଟେଷ୍ଟିଙ୍ଗ କାର୍ଯ୍ୟରେ ନିୟୋଜିତ ଶିଶୁ ଶ୍ରମିକ ମୃତ ।

ବୋଲଗଡ,୧୧/୧୨(ପିପିଟି); ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଓ ବୋଲଗଡ ବ୍ଲକ ଅନ୍ତର୍ଗତ ଧଳାପଥର ଗ୍ରାମର ଯାନବାହାନ ପଲ୍ୟୁସନ ଟେଷ୍ଟିଙ୍ଗ ପାଇଁ ଲାଇସେନ୍ସ ପ୍ରାପ୍ତ ବସନ୍ତ ସାମନ୍ତରାୟଙ୍କ ଟେଷ୍ଟିଙ୍ଗ ମୋବାଇଲ ଭ୍ୟାନଟି ଦିନ ଗୋଟାଏ ବେଳେ ନୟାଗଡ ଜିଲ୍ଲା ଫତେଗଡ ଥାନା ମାଣିବନ୍ଧ ଅଂଚଳରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗାଡ଼ିରେ କାର୍ଯ୍ୟରତ ସୋମନାଥ ସାହୁ ଓ ଶିଶୁ ଶ୍ରମିକ ଦୀପ୍ତି ରଞ୍ଜନ ସାହୁ ଦୁର୍ଘଟଣାରେ ଗୁରୁତର ଆହତ ହେଇ ଯିବାରୁ ପୋଲିସ୍ ସହାୟତାରେ ପ୍ରଥମେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ସେମାନଙ୍କୁ ଖୋର୍ଦ୍ଧା ଓ ଭୁବନେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଖୋର୍ଦ୍ଧା ଡାକ୍ତରଖାନାରେ ନାବାଳକ କର୍ମଚାରୀକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ସୋମନାଥଙ୍କର ଭୁବନେଶ୍ୱର ଡାକ୍ତରଖାନାରେ ମୃତ୍ୟୁ ହେଇଯାଇଛି । ଉଭୟ ମୃତକ ଶଳା ଭିଣୋଇ ହେଇଥିବା ବେଳେ ମୃତକ ସୋମନାଥଙ୍କର ଏକ ଚାରି ମାସର ଶିଶୁ କନ୍ୟା ରହିଛି । ଉଭୟ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )

Comments (0)
Add Comment