ପଲ୍ଲୀ ବିକାଶ ସ୍ବେଛାସେବୀ ସଂଗଠନ ଦ୍ଵାରା ଆୟୋଜିତ ଗ୍ରାମ୍ୟ ମହୋତ୍ସବ ଉଦଯାପିତ ।

ହିଞ୍ଜିଳିକାଟୁ, ୧୪/୧୨(ପିପିଟି): ଅଗ୍ରଣୀ ସ୍ବେଛାସେବୀ ସଂଗଠନ ପଲ୍ଲୀ ବିକାଶ ଦ୍ଵାରା ଆୟୋଜିତ ହୋଇଥିବା ତ୍ରି ଦିବସୀୟ କାର୍ଯ୍ୟକ୍ରମ ଉତ୍ସବ ଉଦଯାପନୀ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସଂଗଠକ ସୀତାରାମ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଭାରତୀୟ ମଜଦୂର ସଂଘ ର ପୂର୍ବତନ ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ। ସେ ସମାଜ ଗଠନରେ ସ୍ବେଛାସେବୀ ସଂଗଠନର ଭୂମିକା ଉପରେ ଆଲୋକପାତ କରିଥିଲେ। ପରବର୍ତ୍ତୀ ସମୟରେ କିରଣ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ସମରୋପ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡ ଅରବିନ୍ଦ ପଣ୍ଡା, ଅବସରପ୍ରାପ୍ତ ପ୍ରାଧ୍ୟାପକ ତାରାତାରିଣୀ ମହାବିଦ୍ୟାଳୟ, ପୁରୁଷୋତ୍ତମପୁର, ମୁଖ୍ୟବକ୍ତା ଭାବେ ଡ ଅନିଲ କୁମାର ମିଶ୍ର ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପୂର୍ବପ୍ରାନ୍ତ କାର୍ଯ୍ୟବହ ସମ୍ମାନିତ ଅତିଥି ଭାବେ ଇ ମନୋଜ କୁମାର ଚୌଧୁରୀ, ସହକାରୀ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଗ, ପାରଳାଖେମୁଣ୍ଡିର ଯୋଗଦେଇଥିଲେ। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା, ଶିବମ ଗୌଡ଼ ଦ୍ଵାରା ଅମୃତ ବଚନ, ସୂର୍ଯ୍ୟକାନ୍ତ ବେହେରା ଦ୍ଵାରା ବ୍ୟକ୍ତିଗତ ସଙ୍ଗୀତ ଗାନ କରାଯାଇଥିଲା। ମୁଖ୍ୟ ବକ୍ତା ସଂସ୍କାରିତ ବ୍ୟକ୍ତି କିପରି ନିଜର, ନିଜ ପରିବାରର ଓ ସମାଜର ପରିବର୍ତ୍ତନରେ କିପରି ପରିବର୍ତ୍ତନରେ ସହାୟକ ହୋଇପାରିବ ସେହି ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଅଞ୍ଚଳର ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଇଥିଲା। ପୂର୍ବରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ପରିଶେଷରେ ନାଦବ୍ରହ୍ମ ସାଂସ୍କୃତିକ ଅନୁଷ୍ଠାନ ହିଞ୍ଜିଳିକାଟୁ ର କଳାକାର ବୃନ୍ଦ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ।ପ୍ରଥମ ପର୍ଯ୍ୟାୟରେ ଚିନ୍ମୟ ଗୌଡ଼ ଓ ଦ୍ୱିତୀୟ ପର୍ଯ୍ୟାୟରେ ଜନାର୍ଦ୍ଦନ ପାଢ଼ୀ ଅତିଥି ପରିଚୟ ରଖିଥିଲେ। ସେହିପରି ଦ୍ବିତୀୟ ପର୍ଯ୍ୟୟରେ ପ୍ରତାପ କୁମାର ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ଉପଦେଷ୍ଟା କିରଣ କୁମାର ପାଢ଼ୀ, ଅରୁଣ କୁମାର ପାଢ଼ୀ, ପ୍ରଶାନ୍ତ କୁମାର ପାଣିଗ୍ରାହୀ, ସଭାପତି ସଞ୍ଜୟ କୁମାର ପଣ୍ଡା, ସମ୍ପାଦକ ଆଲୋକ କୁମାର ନାୟକ, ବିଚିତ୍ର କୁମାର ପଣ୍ଡା, ସଂଯୋଜକ ଚିନ୍ତାମଣି ବେହେରା, ରଞ୍ଜନ କୁମାର ପାଣିଗ୍ରାହୀ, ଆଶିଷ କୁମାର ପଣ୍ଡା, ହରିବନ୍ଧୁ ନାୟକ, ନିଳାଞ୍ଚଳ ବେହେରା ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ରିପୋର୍ଟ୍ -ଅଜିତ୍ କୁମାର ପଟ୍ଟନାୟକ

Comments (0)
Add Comment