ପଲିଥିନ ବାଣ୍ଟିଲେ ଚିତ୍ରକୋଣ୍ଡା ବିଧାୟକ ।

ମାଲକାନଗିରି,୨୬/୦୮(ପିପିଟି): ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଆଜି କୁଡୁମୁଲୁଗୁମ୍ମା ସ୍ଥିତ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ପରିସରରେ ପହଞ୍ଚି ଚଳିତ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ପରିବାର ବର୍ଗଙ୍କୁ ପଲିଥିନ ବାଣ୍ଟନ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ କୁଡୁମୁଲୁଗୁମ୍ମା ରାଜସ୍ବ ସର୍କଲ ଓ ନାକାମାମୁଡି ରାଜସ୍ବ ସର୍କଲର ପାଖାପାଖି ୫୦ ରୁ ଉର୍ଦ୍ଧ୍ବ ବ୍ଯକ୍ତିଙ୍କୁ ପଲିଥିନ ପ୍ରଦାନ କରିଥିଲେ । ଚଳିତ ମାସ ବର୍ଷାରେ ଅଧିକା°ଶ ଲୋକଙ୍କ ଘର ଛପର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚାଳିଆରୁ ପାଣି ନିର୍ଗତ ହୋଇ ଗରିବ ଲୋକମାନେ ନାହିଁ ନଥିବା ହଇରାଣ ହରକତର ଶିକାର ହୋଇଥିଲେ । ଏହି ଅବସରରେ କୁଡୁମୁଲୁଗୁମ୍ମା ରାଜସ୍ବ ନିରୀକ୍ଷକ ରୁଦ୍ର ପ୍ରସାଦ ଗୈାଡ ଓ ନାକାମାମୁଡି ରାଜସ୍ବ ନିରୀକ୍ଷକ ପ୍ରିୟଙ୍କା ପ୍ରଧାନଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ରହି ପଲିଥିନ ବଣ୍ଟନରେ ବିଧାୟକ ଶ୍ରୀ ବାକାଙ୍କୁ ସହଯୋଗ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment