ପରୀ କୁ ନ୍ୟାୟ ଦାବିରେ ବିଜେପି ପକ୍ଷରୁ ପଦଯାତ୍ରା।

ପୋଲସରା,୧୯/୧୨(ପିପିଟି); ପରୀ ମାମଲାର ସିବିଆଇ ତଦନ୍ତ ତଥା ଏଥିରେ ସଂପୃକ୍ତ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଏବଂ ରାଜ୍ୟର ୫ହଜାରରୁ ଉର୍ଦ୍ଧ୍ବ ନିଖୋଜ ଶିଶୁଙ୍କ ଉଦ୍ଧାର ଦାବିରେ ବିଜେପି ଘୁମୁସର ସାଙ୍ଗଠନିକ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀ ତରଫରୁ ପଦଯାତ୍ରା ଏବଂ ବିକ୍ଷୋଭ କରାଯାଇଥିଲା । ପୋଲସରା ଠାରୁ ଆରମ୍ଭ ହୋଇ ବୁଗୁଡା ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ବାହାରିବା ସହିତ ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲା ବିଜେପି ।

(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Comments (0)
Add Comment