ପରିବାରରେ ପୁରୁଷଙ୍କ ସ୍ଥାନ ଅତୁଳନୀୟ ।

ଭଞ୍ଜନଗର, ୧୫/୧୦(ପିପିଟି):ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସିଡିପିଓ ମିଲୀମା କୁମାରୀ ପଣ୍ଡା ଅଧ୍ୟକ୍ଷତା କରିଥିଲେ।
ବିଡିଓ ଭାରତୀ ଦେବୀ ମୁଖ୍ୟ ଅତିଥି ଏବଂ ତହସିଲଦାର ଅଭୀପ୍‌ସା ପଟ୍ଟନାୟକ, ଏବିଇଓ ଚରଣ ବେହେରା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ମଦନ ରଥ, କାଳଞ୍ଜି କୂଳ ସଭାପତି ବିଭୂତି ଜେନା, ଏନ୍‌ଏସି ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, ଅଧ୍ୟାପକ ହରିଶ କୁମାର, ବିଦେଶୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅଷ୍ଟମ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଅବସରରେ ମେଦ ବହୁଳତାର କାରଣ ଓ ତାହାର ପ୍ରତିକାର, ମା’ ଓ ଶିଶୁ ଖାଦ୍ୟ ଏବଂ ଶିଶୁର ଲାଳନପାଳନରେ ପୁରୁଷଙ୍କ ସହଭାଗିତା ଉପରେ ଆଲୋଚନା ହୋଇଥିଲା। ମସଲା ଖାଦ୍ୟ, ବ୍ୟାୟାମ ନ କରିବା, ରୋଷେଇ ଖାଦ୍ୟରେ ଅତ୍ୟଧିକ ତେଲ ବ୍ୟବହାର, ଚାପ ପ୍ରମୁଖ କାରଣ ଯୋଗୁ ମେଦ ବହୁଳତା ବଢୁଛି। ଏଥିପାଇଁ ସଚେତନତାର ଆବଶ୍ୟକତା ରହିଛି। ଏଥିସହ ସୁଷମ ଖାଦ୍ୟ ଖାଇବାକୁ ପଡ଼ିବ। ମେଦବହୁଳତା ଯୋଗୁ ମଣିଷ ଶରୀରରେ ଅନେକ ରୋଗ ହେଉଛି। ଲୋକେ ସଚେତନ ହେଲେ ଏହାକୁ ରୋକା ଯାଇପାରିବ। ଗର୍ଭବତୀ, ପ୍ରସୂତି ଏବଂ ଶିଶୁମାନଙ୍କ ମଧ୍ୟ ଯତ୍ନ ନେବା ଉପରେ ଆଲୋଚନା ହୋଇଥିଲା।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment