ପରିଚାଳନା ତୃଟି ଓ ଦୁର୍ନୀତି ପାଇଁ ଆସ୍କା ଚିନି ଶିଳ୍ପ ସଙ୍କଟ ଦେଇ ଗତି କରୁଛି ।

ଆସ୍କା,(ପିପିଟି ନ୍ଯୁଜ୍)୦୪/୦୬,ଆସ୍କା ଚିନି ଶିଳ୍ପ ଶ୍ରମିକଙ୍କ ବୈଠକ ରାମକୃଷ୍ଣ ପଣ୍ଡାଙ୍କ ସଭାପତିତ୍ବରେ  ଅନୁଷ୍ଠିତ ହୋଇଥିଲା । ରାମକୃଷ୍ଣ ପଣ୍ଡା ନିଜ ବକ୍ତବ୍ୟ ରେ କୋଭିଡ୍ ସମୟରେ ଦେଶର ୧୪ କୋଟିରୁ ଉର୍ଦ୍ଧ୍ବ ଲୋକ କାମ ହରାଇଛନ୍ତି । ସେତିକିବେଳେ ସରକାର କର୍ପୋରେଟର ସ୍ୱାର୍ଥରେ ଶ୍ରମ ଆଇନ ପରିବର୍ତ୍ତନ କରୁଛନ୍ତି ।ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୮ ଘଣ୍ଟା ରୁ ୧୨ ଘଣ୍ଟା କୁ ବୃଦ୍ଧି କରିଛନ୍ତି । ୩୦୦ ପର୍ଯ୍ୟନ୍ତ ଶ୍ରମିକ କାମ କରୁଥିବା କାରଖାନାର ଶ୍ରୀମିକ ଛଟାଇ  କିମ୍ବା  ତାଲା ବନ୍ଦ କରିବାକୁ ମାଲିକ ମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି ।ଅର୍ଜିତ ଛୁଟିକୁ ୨୪୦ ଦିନରୁ ୧୮୦ ଦିନକୁ କମାଇଦେବା ଭଳି ସରକାରଙ୍କ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।ଆସିକା ଚିନି ଶିଳ୍ପର ପରିଚାଳନା ତୃଟି ଯୋଗୁଁ ଯୋଗୁ ସଙ୍କଟ ଦେଇ ଗତି କରୁଛି । ବ୍ୟାପକ ଦୁର୍ନୀତି  ପ୍ରିୟା ପ୍ରୀତି ତୋଷଣ ପ୍ରତିବାଦ କଲେ ଶ୍ରମିକ ସଂଗଠକ ମାନଙ୍କ ଉପରେ ଆକ୍ରମଣ ପରିସ୍ଥିତିକୁ ଅଧିକ ଦୁର୍ବିସହ କରୁଛି  ।କର୍ମଚାରୀ ମାନଙ୍କୁ ସେମାନଙ୍କ ଆଇନ ଗତ ପ୍ରପ୍ୟା ଓ ଆଖୁ ଚାଷୀ ମାନଙ୍କୁ ସଠିକ ସମୟରେ ସେମାନଙ୍କ ଦେୟ ମିଳୁନାହିଁ । ସରକାର ତୁରନ୍ତ ହସ୍ତକ୍ଷେପ କରିବା ସହିତ ଚିନି ଶିଳ୍ପକୁ ରକ୍ଷା କରିବାପାଇଁ ସେ ଦାବି ଜଣାଇ ଥିଲେ ।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଏଆଇଟିୟୁସିର ଜିଲ୍ଲା ଉପ ସଭାପତି ପ୍ରକାଶ ପାତ୍ର ,ଏଆଇଟିୟୁସି  ଜିଲ୍ଲା ସହ ସମ୍ପାଦକ ପ୍ରଦୀପ ସେଠି,ଆସିକା ଚିନି ଶିଳ୍ପ ସମ୍ପାଦକ ପ୍ରଶାନ୍ତ କର ,କୈଳାଶ ଚନ୍ଦ୍ର ପୂହାନ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Comments (0)
Add Comment