ପରଲୋକରେ ବରିଷ୍ଠ ଅଭିନେତା ଅଜିତ୍ ଦାସ ।

ଭୁବନେଶ୍ବର: ଆଜି ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ୍‌ ଦାସଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା।ସେ  ଭୁବନେଶ୍ଵରର ଏକ ଘରୋଇ ହସ୍‌ପିଟାଲ୍‌ରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି । ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ୍‌ ଦାସ ୬୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେ ଜଣେ ନିଖୁଣ ମଞ୍ଚ ଅଭିନେତା ମଧ୍ୟ ଥିଲେ। ଅଜିତ ଦାସ ଜଣେ ଓଡ଼ିଆ ନାଟ୍ୟକାର, ମଞ୍ଚ ଅଭିନେତା, ନିର୍ଦ୍ଦେଶକ ଏବଂ ନାଟ୍ୟଗୁରୁ ଭାବେ ବେଶ୍‌ ଜଣାଶୁଣା। ସେ ମଞ୍ଚ ଅଭିନୟ ଶିକ୍ଷାନୁଷ୍ଠାନ ‘ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ ଅଫ ଥିଏଟରର’ ପ୍ରତିଷ୍ଠା କରି ଯୁବ ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରଶିକ୍ଷଣ ଦେଉଥିଲେ। ଅଭିନେତା ଅଜିତ୍ ଦାସଙ୍କ ପରଲୋକରେ ଓଡିଆ ଚଳଚ୍ଚିତ୍ର ଜଗତର କଳାକାର, ନିର୍ଦ୍ଦେଶକ ସମେତ ବିଭିନ୍ନ ସଂଗଠନ ଶୋକ ପ୍ରକାଶ କରିଛନ୍ତି ।

Comments (0)
Add Comment