ପଦ୍ମଶ୍ରୀ ବଳିଆ ବାବାଙ୍କ ପରିବେଶ ଉପରେ ସଚେତନତା।

ମାଲକାନଗିରି ,୨୧/୦୬(ପିପିଟି) :ଭାରତ ବର୍ଷର ସମାଜ ସଂସ୍କାରକ ପଦ୍ମଶ୍ରୀ ପୂଜ୍ୟ ପୂଜକ ବଳିଆ ବାବା ଓଡ଼ିଶାର ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଛନ୍ତି । ମାଲକାନଗିରି ସଦରମହକୁମା ମାଲ୍ୟବନ୍ତ ହୋଟେଲ ଠାରେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ବାବା ବଳିଆ ଯୋଗଦାନ କରିଥିଲେ । ପ୍ରଥମେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି। ଗଛ କାଟିବା ଆଇନତଃ ଅପରାଧ ବୋଲି ସେ କହିଛନ୍ତି। ଗଛଲତା ମଣିଷ ଜୀବନ ପାଇଁ ଅତ୍ୟନ୍ତ ପ୍ରୟୋଜନ ରହିଛି ତାହାକୁ ନ କଟାଯାଉ ତେଣୁ ସରକାର ଏଦିଗରେ ସଠିକ୍ ପଦକ୍ଷେପ ନେବାର ଆବଶ୍ୟକ‌ତା ରହିଛି । ଏଥିସହିତ ଗୁଟଖା,
ମଦ୍ୟପାନ ଆଦି ସମାଜରେ ଏକ କୁପ୍ରଭାବ ପକାଇଥାଏ ଏହା ସେବନ ଦ୍ଵାରା ଅନେକ ସମୟରେ କର୍କଟ ରୋଗ ପୀଡ଼ିତ ହେବା ସହିତ ଲୋକଙ୍କୁ ବିଭିନ୍ନ ରୋଗର ସ୍ଵୀକାର ହେବାକୁ ପଡ଼ିଥାଏ ବୋଲି ନିଜେ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରକାଶ କରିଛନ୍ତି। ନିଜ ଶିଷ୍ୟମାନଙ୍କର ଅନୁରୋଧ କ୍ରମେ ଜନ ସଚେତନତା ସୃଷ୍ଟି କରିବା ପାଇଁ ମାଲକାନଗିରି ଜିଲ୍ଲାରେ ପହଞ୍ଚିଛନ୍ତି ଏଥିସହିତ ଜିଲ୍ଲା ସଦର ମହକୁମା ସଂସ୍କୃତି ଭବନ ପରିସରରେ ଭକ୍ତଙ୍କ ଉପସ୍ଥିତିରେ ବାବା ବଳିଆ ତିନିଦିନ ୧୯ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଧରି ଧର୍ମ, ପରିବେଶ ଓ ଗଣତନ୍ତ୍ର ର ସଚେତନତା ବାର୍ତ୍ତା ପ୍ରବଚନ ମାଧ୍ଯମରେ ନିଜର ଆଭିମୁଖ୍ୟ ପ୍ରକାଶ କରିଛନ୍ତି । ଏହି ମହାର୍ଗ୍ଯ ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶହ ଶହ ଭକ୍ତ ଉପସ୍ଥିତ ରହି ପରମ ପୂଜ୍ୟ ବାବା ବଳିଆଙ୍କ ଆଶୀର୍ବାଦ ନେବା ସହ ପ୍ରବଚନକୁ ଧ୍ୟାନ ସହକାରେ ଶ୍ରବଣ କରୁଛନ୍ତି । ଏହି ତିନି ଦିନିଆ କାର୍ଯ୍ୟକ୍ରମକୁ ଅନନ୍ତ ବଳିଆ ସେବା ସଂଘ ମାଲକାନଗିରି ତରଫରୁ ଆୟୋଜନ କରାଯାଇଥିବା ଜଣା ପଡ଼ିଛି ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment