ପଦ୍ମପୁର ସହରରେ ଏବେ ଠୁଁ ଦେଖା ଦେଲାଣି ପାନୀୟ ଜଳ ସଙ୍କଟ ।

ପଦ୍ମପୁର,୧୮/୦୯(ପିପିଟି); ବରଗଡ଼ ଜିଲ୍ଲା ପଦ୍ମପୁର ଏନ୍ଏସିରେ ଏବେ ଠାରୁ ପାନୀୟ ଜଳର ଅଭାବ ଦେଖା ଦେଲାଣି । ଏଠାରେ ପାନୀୟ ଜଳର ଅଭାବ କିଛି ନୂଆ କଥା ହୋଇ ନ ଥିଲେ ମଧ୍ୟ ଚଳିତ ବର୍ଷ ବର୍ଷା ଋତୁରେ ପାନୀୟ ଜଳ ଅଭାବ ଯୋଗୁଁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଗତ ସାତ ଆଠ ଦିନ ହେଲା ସହରର ଅଧିକାଂଶ ଜାଗାରେ ଜଳଯୋଗଣ ବ୍ୟାହତ ହୋଇଛି । ଗୋଟିଏ ପଟେ ସହରବାସୀଙ୍କୁ ଗୋଳିଆ ତଥା ନାଲମିଶା ପାଣି ଯୋଗାଇ ଦିଆଯାଉଛି ଏବଂ ଏ ବିଷୟରେ ସହରବାସୀ ବାରମ୍ବାର ଅଭିଯୋଗ କଲା ସତ୍ୱେ କୋୖଣସି ପଦକ୍ଷେପ ନିଆ ଯାଉ ନାହିଁ । ଅନ୍ୟ ପଟେ ଜଳଯୋଗଣ ଏବେ ସମ୍ପୁର୍ଣ୍ଣ ଠପ ହୋଇ ପଡି ଥିବାରୁ ସହରବାସୀ ବହୁତ ହଇରାଣ ହେଉଛନ୍ତି । ଏ ବିଷୟରେ ଜଳଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ପଦ୍ମନାଭ ମାଝୀଙ୍କୁ ପଚରା ଯିବାରୁ ସେ ନଦୀରେ କାମ ଚାଲୁଥିବା ଏବଂ ଲୋ ଭଲଟେଜ ସମସ୍ୟା ଯୋଗୁଁ ଜଳଯୋଗଣରେ ବାଧା ଉପୁଜିଥିବା ପ୍ରକାଶ କରିଥିଲେ । ପଦ୍ମପୁର ବାସୀଙ୍କ ଏହି ସମସ୍ୟାକୁ ପ୍ରଶାସନ ଗୁରୁତ୍ବର ସହ ବିଚାର କରି ଏହାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣ ଦାବି ଜଣାଇଛନ୍ତି । ସ୍ଥାନୀୟ ରଜାପଡା ବାସିନ୍ଦାଙ୍କ କଥା ନ କହିବା ଭଲ । ଖୁବ ସଙ୍ଗୀନ ପରିସ୍ଥିତି ରେ ଚଳୁଛନ୍ତି ପଡା ବାସିନ୍ଦା ଟୋପାଏ ପାଣି ପାଇ ପାରୁ ନାହାନ୍ତି । ଏସମ୍ପର୍କ ରେ ପଡା ର କେତେକ ସଚେତନ ନାଗରୀକ ଯେତେ ଗୁହାରୀ ଆପତ୍ତି କଲେ ମଧ୍ୟ ଟୋପାଏ ପିଇବା ପାଣି ପାଇପାରୁ ନାହାନ୍ତି । ଦେଖାଯାଉ ପି.ଏଚ୍.ଡି ବିଭାଗ କେବେ ରଜାପଡା ବାସିନ୍ଦାଙ୍କୁ ସୁ-ଚାରୁରୂପେ ସମାଧାନ କରି ଠିକ ହିସାବ ରେ ପାଣି ଯୋଗାଇଦେବେ । (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)

Comments (0)
Add Comment