ପଦ୍ମପୁର ରେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ।

ରାୟଗଡା,୦୩/୦୩(ପିପିଟି); ରାୟଗଡ ଜିଲ୍ଲା ପଦ୍ମପୁର ର ଶିକ୍ଷକ ଦମ୍ପତି ରାଧରମଣ ପାଢ଼ୀ ଓ ସୁନୀତା ପଣ୍ଡାଙ୍କ ୩୦ତମ ବିବାହ ବାର୍ଷିକୀ ଉପଲକ୍ଷେ ସ୍ଥାନୀୟ ତୁଳସୀ କଲ୍ୟାଣ ମଣ୍ଡପ ଠାରେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ କବି ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ ,ମୁଖ୍ୟ ବକ୍ତା ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ସମ୍ମାନିତ ଅତିଥି ଦଣ୍ଡପାଣି ମହାପାତ୍ର , ପଦ୍ମଶ୍ରୀ ଶାନ୍ତି ଦେବୀ ପ୍ରମୁଖ ଯୋଗ ଦେଇ ଆଜିର ଦିନରେ ସମାଜରେ ସାହିତ୍ୟର ଭୂମିକା ଉପରେ ଆଲୋକପାତ କରିଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସୁନିତା ପଣ୍ଡା ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେ ଅତିଥି ଙ୍କ ଦ୍ଵାରା ପ୍ରଥମେ କିଛି ସ୍ମୃତି କିଛି ଅନୁଭୂତି ବହି ଓ ସାହିତ୍ୟ ଗାଁ ପତ୍ରିକା ଉନ୍ମୋଚିତ ହୋଇଥିଲା। ପରେ ଅତିଥିମାନେ ପଦ୍ମଶ୍ରୀ ଶାନ୍ତି ଦେବୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏଥି ସହ ସମାଜ ସେବା,ସାହିତ୍ୟ , ସମ୍ବାଦିକତା,କଳା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୯୪ ଜଣଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଭୁବନେଶ୍ୱରରୁ ଆସିଥିବା ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀକର ପାଢ଼ୀଙ୍କ ସଂଯୋଜନାରେ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପ୍ରତାପ ରାୟ, ଅଶ୍ୱିନୀ ତ୍ରିପାଠୀ ,ଶିବ ସୁନ୍ଦର ପାଣିଗ୍ରାହୀ,ରମେଶ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ରାଧାମୋହନ ପାଣିଗ୍ରାହୀ,ରୂପେଶ ସାହୁ ,ନୀଳମାଧଵ ପାଣିଗ୍ରାହୀ,ଅକ୍ଷୟ କୁମାର ପଣ୍ଡା ପରିଚାଳନା କରିଥିଲେ।

(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )

Comments (0)
Add Comment