ବ୍ରହ୍ମପୁର,୨୩/୦୬(ପିପିଟି): ବ୍ରହ୍ମପୁର ଏସ.ପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ପୋଲିସ ଦଳ ଗଠନ କରାଯାଇ ରାତ୍ର ପେଟ୍ରୋଲିଂ ସମୟରେ ବ୍ରହ୍ମପୁର, ଦିଗପହଣ୍ଡି ରାସ୍ତାକୁ ବ୍ଲକିଂ କରି ବାଲିପଡା ପଦରବାଲି ନିକଟସ୍ତ ଆଶ୍ରୟସ୍ଥଳି ରୁ ଡକାୟତ ଯୋଜନା କରୁଥିବା ୫ ଜଣ ଡକାୟତଙ୍କୁ ମାରଣାସ୍ତ୍ର ସହ କାବୁ କରି ଗିରଫ କରିଛନ୍ତି । ସେମାନଙ୍କ ଠାରୁ ୨ ଟି ଖଣ୍ଡା, ୩ ଟି ଲୁହା ରଡ, ୨ ଟି ଟର୍ଚ୍ଚ ଓ ଅନ୍ୟ ଚୋରି କରିବା ସାମଗ୍ରି ଜବତ କରିଛନ୍ତି । ବ୍ରହ୍ମପୁର ସହରରେ ଆଜି କୁ ୧୦ ଦିନ ତଳେ ରେଡିଓ ଷ୍ଟେସନ୍ ପଛ ସାହି ଓ ଗୋଷାଣିନୂଆଗାଁ ଓମ ବିହାର ଚୋରି ଘଟଣାରେ ଏହି ୫ ଜଣ ଡକାୟତ ଜଡିତ ଅଛନ୍ତି ବୋଲି ପୋଲିସ ଜଣାଇଛନ୍ତି । ସେମାନଙ୍କ ଠାରୁ ଚୋରି ହୋଇଥିବା ପ୍ରାୟ ୪୦ ଗ୍ରାମ ସୁନା ଅଳଙ୍କାର, ୫୦ ଗ୍ରାମ ରୂପା ଜବତ କରିଛନ୍ତି । ଡକାୟତମାନେ ହେଲେ ଆସ୍କା ଚେରମାରିଆ ବଜ୍ରକୋଟ ର ୧, ବାଲିପଦର ପଚାଲୁଣ୍ଡି ଓ ବିସ୍ଥାପି ନଗର ୨ ଜଣ, ଟାଙ୍ଗି ଜିକିଟିପଡା ର ୨ଜଣ ଏମାନଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛନ୍ତି ବୋଲି ବ୍ରହ୍ମପୁର ପୋଲିସ ସୁତ୍ରରୁ ପ୍ରକାଶ ।
(ରିପୋର୍ଟ- ଆରତ କୁମାର ହୋତା ।)