ହିଞ୍ଜିଳିକାଟୁ,୦୧/୦୩(ପିପିଟି): ହିଞ୍ଜିଳିକାଟୁ ମାଁ ଶ୍ୟାମଳାଇ ମନ୍ଦିର ପରିସର କଲ୍ୟାଣ ମଣ୍ଡପ ଠାରେ ରବିବାର ଭାରତୀୟ ଜନତା ପାର୍ଟି ଆସ୍କା ଜିଲ୍ଲା ସାଙ୍ଗଠନିକ ପକ୍ଷରୁ ଜିଲ୍ଲା ସଭାପତି ବିଜୟ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା ବୈଠକ ମାଧ୍ୟମରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସାରଦା ପ୍ରସାଦ ଶତପଥି ମଣ୍ଡଳ ସ୍ତରରେ ଏହି ପ୍ରଶିକ୍ଷଣ ଅଭିଯାନକୁ କିଭଳି ସୂସଂଗଠିତ ଭାବେ କାର୍ଯ୍ୟକାରୀ କରାଯାଇପାରିବ ତାହା ଉପରେ ବିସ୍ତ୍ରୁତ ବିବରଣୀ ପ୍ରଦାନ କରିଥିଲେ। ପଣ୍ଡିତ ଦୀନଦୟାଲ ୧୯୫୧ ରେ ୟୁପିର ଏକ ରାଜନୈତିକ ସମ୍ମିଳନୀ ଡାକି ନୂତନ ଦଳ, ଭାରତୀୟ ଜନସଂଘର ରାଜ୍ୟ ୟୁନିଟ୍ ପ୍ରତିଷ୍ଠା କରିଥିଲେ। ପଣ୍ଡିତ ଦୀନଦୟାଲଜୀ ଥିଲେ ପ୍ରେରଣାଦାୟକ ଆତ୍ମା ଏବଂ ଡକ୍ଟର ମୁଖାର୍ଜୀ ୨୧ ଅକ୍ଟୋବର ୧୯୫୧ ରେ ଅନୁଷ୍ଠିତ ପ୍ରଥମ ସର୍ବଭାରତୀୟ ସମ୍ମିଳନୀର ଅଧ୍ୟକ୍ଷତା କରିଥିଲେ । ୧୯୫୧ ରୁ ଜନସଂଘଠୁ ଆରମ୍ଭ କରି ଏପ୍ରିଲ ୧୯୮୦ ବିଜେପି ପ୍ରତିଷ୍ଠା ହେବା ପର୍ଯ୍ୟନ୍ତ ତାଙ୍କର ସୁଚିନ୍ତିତ କାର୍ଯ୍ୟଧାରା ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ଆକର୍ଷିତ କରେଇଛି ବୋଲି ମତବ୍ୟକ୍ତ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ବିଧାୟକ ଶ୍ରi ପ୍ରତାପ ଚନ୍ଦ୍ର ନାୟକ, ଖଲ୍ଲିକୋଟ ବିଧାୟକ ଶ୍ରi ପୁର୍ଣ୍ଣଚନ୍ଦ୍ର ସେଠୀ, ଆସିକା ବିଧାୟକ ଶ୍ରୀ ସରୋଜ ପାଢ଼ୀ, ହିଞ୍ଜିଳି ବିଜେପି ବିଧାୟକ ପାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଶିଶିର ମିଶ୍ର, ଜିଲ୍ଲା ପ୍ରଭାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ମଙ୍ଗରାଜ ଏବଂ ସମସ୍ତ ଜିଲ୍ଲା ପଦାଧିକାରୀଙ୍କ ସହିତ ସମସ୍ତ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ୍ -ଅଜିତ କୁମାର ପଟ୍ଟନାୟକ