ପଣିକିଆ ମାଧ୍ୟମରେ ଦୁଇ ନାବାଳିକା ଭଉଣୀଙ୍କ ଭୋଟରଙ୍କୁ ସଚେତନତା ଗୀତ ଉନ୍ମୋଚିତ ।

ମାଲକାନଗିରି ,୦୫/୦୪(ପିପିଟି) : ଦୁଇକ ରୁ ଦଶକ ପଣିକିଆ ଗାଇ ସମସ୍ତଙ୍କ ମନ ଜିଣିଥିବା ପ୍ରୀତି ସୁଲଗ୍ନା ଓ ଶ୍ରୁତି ସୁଲଗ୍ନାଙ୍କ ଏଗାରକ ପଣିକିଆ ମାଧ୍ୟମରେ ଭୋଟରମାନଙ୍କୁ ସଚେତନତା” ଗୀତ ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ଅନେକ ବରିଷ୍ଠ ଅଧିକାରୀ ମାନଙ୍କ ଉପସ୍ଥିତି ରେ, ଜିଲ୍ଲାପାଳ ସଚିନ୍ ପାୱାର ଏବଂ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ହାତରେ ମୁକ୍ତିଲାଭ କରିଛି । ନିର୍ବାଚନ ଅଧିକାରୀ ମାଲକାନଗିରିଙ୍କ ଦ୍ବାରା ମୁକ୍ତିଲାଭ କରିଛି । ଓସେପାର ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡା ଏହି ସଚେତନ ଧର୍ମି ଗୀତର ଛନ୍ଦ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ସଙ୍ଗୀତ ଶିକ୍ଷକ କୁରେଶ ଚନ୍ଦ୍ର ସାହୁ । ଏହି ଗୀତର କଣ୍ଠଶିଳ୍ପୀ, ଶ୍ରୁତି ସୁଲଗ୍ନା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମାଲକାନଗିରି ଜିଲ୍ଲା ସ୍ଥିତ କାଙ୍ଗୁରୁକୋଣ୍ଡାରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ପ୍ରୀତି ସୁଲଗ୍ନା, ରାଧା ମୋହନ ଜୀଉ ନୋଡାଲ ଉଚ୍ଚ ବିଦ୍ୟାଳୟ ନୟାଗଡ଼ ଜିଲ୍ଲା ସ୍ଥିତ ଦଶପଲ୍ଲାରେ ଚତୁର୍ଥ ଶ୍ରେଣୀରେ ପଢୁଛନ୍ତି । ପିତା କୁରେଶ ଚନ୍ଦ୍ର ସାହୁ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାଙ୍ଗୁରୁକୋଣ୍ଡାରେ ସଙ୍ଗୀତ ଶିକ୍ଷକ ଥିବାବେଳେ ମାତା ଶୁଭଶ୍ରୀ ସନମ୍ ଦାଶ ରାଧା ମୋହନ ଜୀଉ ନୋଡାଲ ଉଚ୍ଚ ବିଦ୍ୟାଳୟ, ଦଶପଲ୍ଲା ରେ ସଙ୍ଗୀତ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ । ସବୁବେଳେ ସଙ୍ଗୀତ ମାଧ୍ୟମରେ ଏହିଭଳି ସଚେତନତା ମୂଳକ କାର୍ଯ୍ୟକ୍ରମ କରିବା ଏମାନଙ୍କର ପରିବାରର ଏକ ଭିନ୍ନ ରୁଚି। ପଣିକିଆ ଭାଇରାଲ ଗାର୍ଲ୍ ଭାବେ ପରିଚିତ ଏହି ଦୁଇ ଭଉଣୀ ନିଜର ପ୍ରତିଟି ପଣିକିଆ ଗୀତରେ ସବୁବେଳେ ସମାଜକୁ ଦେଇଥାନ୍ତି ଅନେକ ସଚେତନ ବାର୍ତ୍ତା । ବାପା ମାଆଙ୍କ କହିବା କଥା, ଦୁଇ ଶିଶୁ ଙ୍କୁ ୧୮ ବର୍ଷ ନହୋଇ ମଧ୍ୟ, ଭାରତୀୟ ନିର୍ବାଚନ, ଆମ ଗଣତନ୍ତ୍ରର ଏକ ମହାନ୍ ପର୍ବ ବୋଲି ସେମାନେ ଏବେଠୁ ବୁଝି ଯାଇଛନ୍ତି । ୨୦୨୪ ନିର୍ବାଚନରେ ମତଦାତାଙ୍କ ସଂଖ୍ୟା ବୃଦ୍ଧି କରାଇବା ପାଇଁ, ଉଚିତ୍ ପ୍ରାର୍ଥୀ ଚୟନ, ମତଦାତାଙ୍କ ଭୋଟ ଅତି ମୂଲ୍ୟବାନ, ଇତ୍ୟାଦି ସମସ୍ତ କଥାକୁ ୧୧ କ ପଣିକିଆ ମାଧ୍ୟମରେ ବଣ୍ଡା ଆଦିବାସୀ ଅଞ୍ଚଳର ବରିଷ୍ଠ ନାଗରିକ, ମହିଳା ଓ ଯୁବ ଭୋଟର ମାନଙ୍କୁ ପ୍ରୀତି ଏବଂ ଶ୍ରୁତି ବୁଝାଉଛନ୍ତି । ମାଆଙ୍କ କହିବା କଥା, ଜଣେ ଶିକ୍ଷିତ ସଚେତନ ନାଗରିକ ହିସାବରେ, ଅନ୍ୟକୁ ସଚେତନ କରିବାର କିଛି କିଛି ଦାୟିତ୍ବ, ଅମେ ସମସ୍ତେ ନେବା ଉଚିତ୍ । ଗଣତାନ୍ତ୍ରିକ ରାଷ୍ଟ୍ରରେ ଭୋଟ୍ ର ମୂଲ୍ୟ ଭୋଟରମାନଙ୍କୁ ବୁଝାଇବା କେବଳ ସରକାରୀ କଳ କିମ୍ଵା ପ୍ରଶାସନର ଦାୟିତ୍ଵ ନୁହେଁ, ସମସ୍ତ ନାଗରିକଙ୍କ କର୍ତ୍ତବ୍ୟ ମଧ୍ୟ ବୋଲି ଶ୍ରୁତି ମତବ୍ୟକ୍ତ କରିଛନ୍ତି। ତେବେ କେବଳ ରାଜ୍ୟ ନୁହେଁ, ଆମ ଦେଶର ମଙ୍ଗଳ ପାଇଁ ପ୍ରୀତି ଏଵଂ ଶ୍ରୁତି ମାଲକାନଗିରିର ଜିଲ୍ଲାର ଆଦିବାସୀ ବେଶଭୂଷାରେ ନିଜକୁ ସଜେଇ ହୋଇ, ପଣିକିଆ ମାଧ୍ୟମରେ ଭୋଟରମାନଙ୍କୁ ସଚେତନ କରିବା ଏକ ବିରଳ କୃତିତ୍ବ ବୋଲି ସର୍ବତ୍ର ପ୍ରଶଂସନୀୟ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment