ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ  ଶିବିର ଅନୁଷ୍ଠିତ ।

କୋଦଳା,୦୬/୦୪(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ମର୍ଦ୍ଦକୋଟ ପଞ୍ଚାୟତ ପରିସରରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।  ବେଗୁନିଆପଡ଼ା ବ୍ଲକ ଏବିଡିଓ ନିରଞ୍ଜନ ବେହେରା, ସରପଞ୍ଚ ସନ୍ତୋଷ ବିଶ୍ୱାଳ , ଜିପିଡିଓ ସୁଧିର ପ୍ରଧାନ,ବିଭିଓ ଭବାନୀ ଶଙ୍କର ତ୍ରିପାଠୀ, ଏପିଓ ରଞ୍ଜନ ନାହାକ,ପିଇଓ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଏଡିଓ ଅଶୋକ କୁମାର ପାତ୍ର ,ଯୋଗାଣ ସହାୟକ ସୁମନ କୁମାର ନାୟକ  ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ ମମତା ପଣ୍ଡା , ଯନ୍ତ୍ରୀ ଶୁଭଶ୍ରୀ ମହାରଣା,ଯୋଗାଣ ଅଧିକାରୀ ବାଦଲ ବେହେରା ,କୃଷି ଅଧିକାରୀ ରାମଲାଲ ସାମଦ , ଡବ୍ଲ୍ୟୁଇଓ ସ୍ଵାଗତିକା ରାଉତ, ବିଦ୍ୟୁତ ଯନ୍ତ୍ରୀ ଭବାନୀ ଶଙ୍କର ପାଣିଗ୍ରାହୀ,ଯନ୍ତ୍ରୀ ସ୍ମୁତ୍ରୀ ରେଖା ନାୟକ,କନିଷ୍ଠ ଯନ୍ତ୍ରୀ ଦିଲୀପ ବେହେରାଙ୍କ ସମେତ ଅନ୍ୟାନ୍ୟ  କର୍ମଚାରୀ ମାନେ ଉପସ୍ଥିତ ରହିବା ସହ ଅଭିଯୋଗ ଶୁଣାଣୀ କରିଥିଲେ ।  ବ୍ଲକ କର୍ମଚାରୀ, ପଂଚାୟତ କର୍ମଚାରୀ  ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।ଏଥିରେ ମୋଟ ୧୧ ଟି ଅଭିଯୋଗ ଆଗତ ହୋଇଥିଲା। ପେନସନ ସମ୍ବନ୍ଧୀୟ ୨ଟି, ରାସନ୍ କାର୍ଡ ସମ୍ବନ୍ଧୀୟ ୭ଟି, ଅନ୍ୟାନ୍ୟ ୨ଟି  ଅଭିଯୋଗ ଆଗତ ହୋଇଥିବା ବେଳେ ସମସ୍ତ ଅଭିଯୋଗକୁ ଶୁଣାଣି କରି ନିର୍ଧାରିତ ବିଭାଗକୁ ସମାଧାନ ପାଇଁ ପଦକ୍ଷେପ ନେବାକୁ ସୁପାରିଶ କରିଛନ୍ତି ବେଗୁନିଆପଡ଼ା ଏବିଡିଓ ନିରଞ୍ଜନ ବେହେରା।

ରିପୋର୍ଟ -ସୂର୍ଯ୍ୟନାରାୟଣ ବଡୁ

Comments (0)
Add Comment