ପଞ୍ଚାୟତ ସ୍ତରୀୟ ପାନୀୟ ଜଳ ଓ ସ୍ୱଚ୍ଛତା ପାଇଁ ହିଞ୍ଜିଳି ପଞ୍ଚାୟତ ସମିତିରେ ସ୍ୱତନ୍ତ୍ର ବୈଠକ ।

ବ୍ରହ୍ମପୁର,୨୫/୦୫(ପିପିଟି): ହିଞ୍ଜିଳି ବ୍ଲକ ସମ୍ମିଳନୀ କକ୍ଷରେ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ନିଷ୍ପତ୍ତି ଓ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପାନୀୟ ଜଳ ଏବଂ ସ୍ୱଚ୍ଛତା କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳି ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀଙ୍କ ଅଧ୍ୟକ୍ଷତାରେ ଏବଂ ଗୋଷ୍ଠିଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ହିଞ୍ଜିଳି ବ୍ଲକ ଉପାଧକ୍ଷ ସୁନୀଲ କୁମାର ଗନ୍ତାୟତ ,ଅତିରିକ୍ତ ଗୋଷ୍ଠିଉନ୍ନୟନ ଅଧିକାରୀ ଅରୁଣ ପ୍ରଧାନ ,ଜଳ ଓ ପରିମଳ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ କିଶୋର ଚନ୍ଦ୍ର ବେହେରା ମଞ୍ଚସିନ ଥିବାବେଳେ ହିଞ୍ଜିଳି ବ୍ଲକର ସମସ୍ତ ସମିତି ସଭ୍ୟ/ସଭ୍ୟା,ସରପଞ୍ଚ ,ଜିଲ୍ଲାପରିଷଦ ସଭ୍ୟ,ବରିଷ୍ଠ ରାଜନୈତିକ ବ୍ୟକ୍ତିବିଶେଷ,ବୁଦ୍ଧିଜୀବୀ,ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବ୍ଲକ କାର୍ଯ୍ୟାଳୟ ର ସମସ୍ତ ଯନ୍ତ୍ରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ। ଏହି ବୈଠକରେ ସମସ୍ତ ପଞ୍ଚାୟତରେ ଉପଯୁକ୍ତତା ଭିତ୍ତିରେ କିଭଳି ଭାବେ ପାନୀୟ ଜଳ ପରିଚାଳନା ହୋଇପାରିବ ତାହା ଉପରେ ବିସ୍ତୃତ ଆଲୋଚନା ସହ ଅଞ୍ଚଳରେ ସ୍ୱଚ୍ଛତା ପ୍ରତି ଦୃଷ୍ଟି ଦେଇ ଏହାରି ଉପରେ କାର୍ଯ୍ୟ କରିବାପାଇଁ ଆଲୋଚନା ହୋଇଥିଲା। ଉପସ୍ଥିତ ବରିଷ୍ଠ କର୍ମକର୍ତ୍ତା ସମିତି ସଭ୍ୟ/ସଭ୍ୟା, ସରପଞ୍ଚ ଏବଂ ବ୍ଲକ କର୍ମଚାରୀ ମାନଙ୍କ ମଧ୍ୟରେ କାର୍ଯ୍ୟକାରିତାକୁ ନେଇ ମତ ବିନିମୟ ହୋଇଥିଲା। ହିଞ୍ଜିଳି ଗୋଷ୍ଠି ଉନ୍ନୟନ ଅଧିକାରୀ ଉକ୍ତ ବୈଠକରେ ଜଳ ଓ ପରିମଳ ଓ ସ୍ୱଚ୍ଛତାକୁ ନେଇ ନିଜର ମତ୍ତାମତ ରଖିବାସହ ଏହାକୁ କିଭଳି ଭାବେ ପରିଚାଳନା ହୋଇପାରିବ ସରକାରଙ୍କର ସୁଚିନ୍ତିତ ଯୋଜନା ମତ୍ତାମତ ବିଷୟ ମତବ୍ୟକ୍ତ କରିଥିଲେ। ଏଥିସହ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । ପରିଶେଷରେ ୦୬ ଗୋଟି ପଞ୍ଚାୟତ ଯଥା ଭାବନ୍ଧ, ପୁଟିଆପଦର, ନନ୍ଦିକ, ସିକିରି, ଧୋବାଡ଼ି ଏବଂ ଗଣ୍ଡଳା କୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ପାଇଁ ପୁରସ୍କୃତ କରାଯାଇଥିବାବେଳେ ୦୪ ଗୋଟି ପଞ୍ଚାୟତ ଦୁର୍ବନ୍ଧ, ମକରଝୋଳ,ଗଣ୍ଡଳା ଓ ବେଲଗାଁକୁ ଉତ୍ତମ ରାଜସ୍ୱ ଆଦାୟକାରୀ ପଞ୍ଚାୟତ ଭାବେ ପୁରସ୍କୃତ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମଟି ଜଳ ଓ ପରିମଳ ବିଭାଗୀୟ ସହକାରୀ ଯନ୍ତ୍ରୀ (୧) ରବୀନ୍ଦ୍ର କୁମାର ନାୟକ ଏବଂସହକାରୀ ଯନ୍ତ୍ରୀ (ବ୍ଲକ)ପ୍ରସନ୍ନ କୁମାର ଦଳାଇ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ କାର୍ଯ୍ୟକାରୀ କରାଇଥିଲେ । ଏହି ବୈଠକ ଟି ସୁଚାରୁରୂପେ ପରିଚାଳିତ ହୋଇଥିବାରୁ ହିଞ୍ଜିଳି ଗୋଷ୍ଠି ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment