ପଞ୍ଚାୟତ ସମିତି ସଦସ୍ଯମାନଙ୍କୁ ପ୍ରଶିକ୍ଷଣ ଆରମ୍ଭ ।

ମାଲକାନଗିରି,୨୮/୧୦(ପିପିଟି): ସଶକ୍ତ ପଞ୍ଚାୟତିରାଜ୍ ପାଇଁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ,ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଆଜି ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ମାଲକାନଗିରି ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ୨୮ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସମିତି ସଭ୍ୟମାନଙ୍କୁ ନେଇ ଅନୁଷ୍ଠିତ ହେବାକୁ ଥିବା ଆବାସିକ ତାଲିମ କାର୍ଯ୍ୟକ୍ରମରେ ତିନିଗୋଟି ବ୍ଲକ୍ ଯଥା କାଲିମେଳା,କୋରୁକୋଣ୍ଡା, ମାଥିଲି ଅଞ୍ଚଳର ସମସ୍ତ ସମିତି ସଭ୍ୟମାନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ମୁଖ୍ୟତ ସରକାରଙ୍କ ସମସ୍ତ ବିଭାଗର ସମସ୍ତ ଯୋଜନାର ସହାୟତା ସାଧାରଣରୁ ଅତିସାଧାରଣ ଜନତାଙ୍କ ପାଖରେ କିପରି ପହଞ୍ଚି ପାରିବ,ତା ସହିତ ଏକ ସୁଦୃଢ଼ ପଞ୍ଚାୟତ ଗଠନ ହୋଇପାରିବ,ଏହି ଉଦ୍ଦେଶ୍ୟରେ ସମସ୍ତ ଙ୍କୁ ଅବଗତି କରିବା ନିମନ୍ତେ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି। ଏହି ଅବସରରେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ତଥା ମାଲକାନଗିରି ଜିଲ୍ଲା ପରିଷଦ କାର୍ଯ୍ୟାଳୟ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଭୂୟାଁଙ୍କ ସମେତ ସହଯୋଗୀ ପ୍ରକଳ୍ପ ଅଧିକାରୀ ବାଲାଜୀ ପଟ୍ଟନାୟକଙ୍କ ସହିତ ତାଲିମ ଦାତା ଗୌରୀ ଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଲାଇ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଏପିଡି ଟ୍ରେନିଂ ହିମାଂଶୁ ମହାରଣା ଏବଂ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ସହଯୋଗ ପ୍ରଦାନ କରିଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶଵ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment