ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନା ଦିଗହରା।

ବୋଲଗଡ,୨୩/୦୪(ପିପିଟି):ବୋଲଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ବୋଲଗଡ ଉପାଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଭିତରେ ଅଳିଆ ଆବର୍ଜନା ପରିପୂର୍ଣ୍ଣ ହୋଇଥିଲା l ଦୀର୍ଘ ମାସ ଧରି ଭିବିନ୍ନ ଅନାବଶ୍ୟକ କାଗଜ ପତ୍ର,ବ୍ୟାନର, କାଠ ଓ ଅଳନ୍ଧୁ ମିଶ୍ରିତ ବିଭିନ୍ନ ମାଟି ଜମି ରହିବା ଘଟଣା ସ୍ଵଛ ଭାରତ ମିଶନ ଯୋଜନା ଦିଗ ହରା ନଗ୍ନ ଚିତ୍ର ଦେଖିବାକୁ ମିଳିଛି l ଆଶ୍ଚର୍ଯ୍ୟର ଘଟଣା ଏହି କି ବୋଲଗଡ ବ୍ଲକ ଉପାଧ୍ୟକ୍ଷ ରମେଶ କୁମାର ସାହୁ ଉପସ୍ଥିତ ରହି ନିଜେ ଏହି ଆବର୍ଜନା ଗୁଡିକୁ ଦୀର୍ଘ ସମୟ ଲାଗି ତଥା ସଫା କରୁଥିବାର ଦେଖିବାକୁ ମିଳିଛି। କିଛି ମାସ ତଳେ ସିଡିପିଓ ଙ୍କ କାର୍ଯ୍ୟାଳୟ ପାଖରେ ଥିବା ଆବର୍ଜନା ଭିତରୁ ନାଗ ସାପଟିଏ ଉଦ୍ଧାର କରାଯିବା ଘଟଣା ଚର୍ଚ୍ଚାର ବିଷୟ ପାଲିଟିଥିଲା l ଉପାଧ୍ୟକ୍ଷଙ୍କ କାର୍ଯ୍ୟାଳୟ ରୁ ନିଜେ ରମେଶ ଚନ୍ଦ୍ର ସାହୁ ଆବର୍ଜନା ଗୁଡିକୁ ସଫା କରିବା ବିଭିନ୍ନ ଦିଗକୁ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି l ପଞ୍ଚାୟତ ସମିତିରେ ନିଯୁକ୍ତ ହୋଇଥିବା ପିଅନ ମାନଙ୍କ ଭୂମିକା ପ୍ରଶ୍ନ ବାଚୀ ସୃଷ୍ଟି କରିବା ସହିତ ସ୍ଵଚ୍ଛ ଭାରତ ମିଶନ ଯୋଜନା ଦିଗହରା ହୋଇପଡିବା ଜ୍ୱଳନ୍ତ ଉଦାହରଣ ପାଲିଟିଛି l ଏଥି ପ୍ରତି ଉଚ୍ଚ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସନସାଧାରଣ ମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment