ବ୍ରହ୍ମପୁର,୦୭/୦୨(ପିପିଟି): ଶେରଗଡ ପଞ୍ଚାୟତ ସମିତି ଓ ସତ୍ଯ ଫାଉଣ୍ଡେସନ ମିଳିତ ପ୍ରଚେଷ୍ଟାରେ ଶେରଗଡ ବ୍ଲକ ଅନ୍ତର୍ଗତ କାଞ୍ଜିଆମା ଓ ସନ୍ତୋଷପୁର ବନ୍ଯା ଆଶ୍ରୟସ୍ଥଳ ଠାରେ ପର୍ଯ୍ଯାୟକ୍ରମେ ୨୪ ରୁ ୨୮ ଜାନୁଆରୀ ଓ ୨ ରୁ ୬ ଫେବୃୟାରୀ ପର୍ଯ୍ୟନ୍ତ ଓସଡମାର ପ୍ରଶିକ୍ଷକ ମାନଙ୍କ ଦ୍ବାରା ୭୫ ଜଣଙ୍କୁ ତାଲିମ ପ୍ରଦାନ କରାଗଲା। ବିଡିଓ କୁମାରୀ ତୃପ୍ତିମୟୀ ଜେନାଙ୍କ ତତ୍ତ୍ବାବଧାନରେ ତହଁର ପଞ୍ଚାୟତର ନିର୍ବାହୀ ଅଧିକାରୀ ଅନୁଜ କୁମାର ଗୌଡ ଓ ପିତ୍ତଳ ପଞ୍ଚାୟତର ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଦାଶ,ଉଭୟ ପଞ୍ଚାୟତର ସରପଞ୍ଚ,ସତ୍ଯ ଫାଉଣ୍ଡେସନର ଅଧ୍ୟକ୍ଷ ଗଣେଶ ଚନ୍ଦ୍ର ନାୟକ ପ୍ରମୁଖ ପରିଚାଳନା କରିଥିଲେ ।