ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି ବୈଠକ ।

ସାନଖେମୁଣ୍ଡି,୦୯/୧୨(ପିପିଟି):ଆଗାମୀ ବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି ସାନଖେମୁଣ୍ଡି ବିଜେପି ପକ୍ଷରୁ ବୁଧବାର ବୁଦ୍ଧେଶ୍ଵର୍ ମନ୍ଦିର ପ୍ରାଙ୍ଗଣରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୬୦ ନଂ ଜୋନ୍ ର ଜିଲ୍ଲାପରିଷଦ ସଭ୍ୟଙ୍କ ତତ୍ବାବଧାନରେ ଘୁମୁସର ଜିଲ୍ଲା ସଭାପତି ଗୋକୁଳ ନନ୍ଦ ମଲ୍ଲିକ , ରାଜ୍ୟ ସ୍ୱଚ୍ଛ ଭାରତ ସଂଯୋଜକ ମହେଶ ମହାନ୍ତି , ଆସିକା ପୂର୍ବତନ ବିଧାୟକ ଦେବରାଜ ମହାନ୍ତି , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ ପଣ୍ଡା , ପ୍ରଦୀପ ପତ୍ରୀ , ଘୁମୁସର ଜିଲ୍ଲା ସାଧାରଣ ସମ୍ପାଦକ ରିତୁ ପଣ୍ଡା ଯୋଗ ଦେଇ କଭଳି ଭାବେ ବିଜେପି ପଞ୍ଚାୟତ ନିର୍ବାଚନରେ ନିଜ ପତିଆରା କରିବ ସେ ନେଇ ଆଲୋଚନା କରାଯାଇଥିଲା । ଆଗାମୀ ନିର୍ବାଚନରେ କିଭଳି ଭାବେ ଭାରତୀୟ ଜନତା ପାର୍ଟି ଦଳକୁ ସୁଦୃଢ଼ କରିପାରିବ ସେ ଉପରେ ଆଲୋଚନା ହୋଇଥିଲା । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତ ମୁଠାକୁ ଟାଣ କରିବାପାଇଁ ଆହୁରି କଠିନ ପରିଶ୍ରମ କରିବା ଆବଶ୍ୟକ ବୋଲି କହିଥିଲେ ଜିଲ୍ଲାପରିଷଦ । ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ସୁନିଲ ପ୍ରଧାନ , ବାବୁଲା ରଣା , ନାରାୟଣ ବେହେରା , ଏ.ପାପା ରାଓ , ଜିତେନ୍ଦ୍ର ପ୍ରଧାନ , ଅଶୋକ ନାୟକ , ପ୍ରଭାକର ପ୍ରଧାନ , ମୁନା ପ୍ରଧାନ ,ମୁନେସୁ ଦୋରାଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment