ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଛାତ୍ରଙ୍କ କୃତୀତ୍ୱ ।

ବେଲଗୁଣ୍ଠା,୨୧/୦୩(ପିପିଟି): ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତୀତ୍ୱ ହାସଲ କରିଛନ୍ତି କେବିରି ବ୍ରହ୍ମପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଆଦିତ୍ୟ କୁମାର ନାୟକ । ଗ୍ରାମର ପଞ୍ଚାନନ ନାୟକ ଏବଂ ପୂର୍ଣ୍ଣିମା ନାୟକ ସୁପୁତ୍ର ଆଦିତ୍ୟ ବେଲଗୁଣ୍ଠା ବ୍ଳକ୍ ରେ ଅନୁଷ୍ଠିତ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ୪୫ ନମ୍ବର ରଖି ବ୍ଳକ୍ ରେ ସପ୍ତମ ସ୍ଥାନ ଅଧିକାର କରିଛନ୍ତି । ଆଦିତ୍ୟଙ୍କ ଏହି ସଫଳତାର ସମସ୍ତ ଶ୍ରେୟ ତାଙ୍କ ବାପା ମାଆ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବ୍ରତ କୁମାର ପାତ୍ରଙ୍କ ସମେତ ସହକାରୀ ଶିକ୍ଷକ ରମେଶ୍ କୁମାର ପାଣିଗ୍ରାହୀ,ପ୍ରଶାନ୍ତ କୁମାର ବିଷୋୟୀ,କୃଷ୍ଣଚନ୍ଦ୍ର ଚନ୍ଦ୍ର ବେହେରା ଏବଂ ନୀଳାଞ୍ଚଳ ରାଉତଙ୍କୁ ଦେଇଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment