ପଞ୍ଚଭୁତି ସଂରକ୍ଷିତ ଜଙ୍ଗଲରୁ ଜିଆଦ ମାଂସ ସହ ଦୁଇ ଶିକାରୀ ଗିରଫ ।

ବେଲଗୁଣ୍ଠା,୨୩/୦୫(ପିପିଟି);ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ବନାଞ୍ଚଳ ଅଧୀନ ପଞ୍ଚଭୁତି ଫରେଷ୍ଟ ବିଟ ହାଉସ ଠାରେ ଆଜି ଜିଆଦ ଶିକାର କରିଥିବା ଅଭିଯୋଗ ରେ ଗ୍ରାମର ବୁଲୁ ସେଠି ଓ ତ୍ରିନାଥ ସେଠିଙ୍କୁ ବନବିଭାଗ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ପ୍ରାୟ ୮ କେଜି ଜିଆଦ ମାଂସ ଜବତ କରିଛି ପଞ୍ଚଭୁତି ବନପାଳ ଶୁଭଙ୍ଗ ରଇତଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ରାତ୍ରି ପେଟ୍ରୋଲିଙ୍ଗ ସାରି ସଂରକ୍ଷିତ ଜଙ୍ଗଲ କମ୍ପାଟମେଣ୍ଟ -୧ ବାଟ ଦେଇ ଆଶୁଥିବା ବେଳେ ଗ୍ରାମ ନିକଟ ପିଲିଆମ୍ବ ତୋଟା ମଝିରେ ଶିକାରୀ ଦ୍ବୟଙ୍କୁ ଠାବ କରିଥିଲେ । ଜଙ୍ଗଲ କର୍ମଚାରୀଙ୍କୁ ଦେଖି ଶିକାରୀ ବୁଲୁ ଓ ତ୍ରିନାଥ ଦୌଡ଼ି ପଳାଉଥିବା ବେଳେ ବନପାଳଙ୍କ ସହ ଥିବା ଅନ୍ୟାନ୍ୟ କର୍ମଚାରୀ ମାନେ ସେଇ ଦୁହିଁ ଙ୍କୁ କାବୁ କରିନେଇଥିଲେ । ସେମାନଙ୍କ ଠାରୁ ଜିଆଦ ମାଂସ ଜବତ କରିବା ସହ ନିକିତି, ଲୁହା ତାର, କାଚ ବୋତଲ ଛାଲ ଜବତ କରି କାର୍ଯ୍ୟଳୟକୁ ଆଣିଥିଲେ । ବୁଗୁଡ଼ା ରେଞ୍ଜର ନିର୍ଦେଶ କ୍ରମେ ବୁଗୁଡ଼ା ମୁଖ୍ୟ କାର୍ଯ୍ୟାଳୟ କୁ ସ୍ଥାନାନ୍ତର କରାଯାଇଛି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment