ପଦ୍ମପୁର,(ପିପିଟି ନ୍ଯୁଜ୍)୩୦/୦୫, ବର୍ତ୍ତମାନ ସର ବିଶ୍ୱରେ କରୋନା ର କଳା ଚୟ ଥିବା ବେଳେ ଭାରତ ଉପରକୁ କିନ୍ତୁ ବୋଝ ଉପରେ ଲଳିତା ବିଡା ଭଳି ମାଡି ଆସୁଛି ପାକିସ୍ଥାନରୁ ଆସୁଥିବା ପଙ୍ଗପାଳଙ୍କ ଭୟ। ଏହି ପଙ୍ଗପାଳ ମନେ ଦିନକୁ ପ୍ରାୟ ୧୦୦କିଲୋମିଟର ରୁ ୩୦୦କିଲୋମିଟ ସ୍ପୀଡ଼ ରେ ଉଡି ସ୍ଥାନ ଅତିକ୍ରମ କରୁଥିବା ବେଳେ ବର୍ତ୍ତମାନ ଏହି କୀଟ ମନେ ଭାରତ ମୁହାଁ ରାଜସ୍ଥାନ ତଥା ପଞ୍ଜାବ ଅଞ୍ଚଳ ଦେଇ ଵର୍ତ୍ତମାନ ସାରା ଭାରତକୁ କବଳିତ କରିବାର ସମ୍ଭାବନା ଥିବାବେଳେ ବର୍ତ୍ତମାନ କିନ୍ତୁ ଚିନ୍ତାରେ ପଶ୍ଚିମ ଓଡିଶା ର ଚାଷୀ। ବାରମ୍ବାର ମରୁଡି ଫସଲ ହାନି ପରେ ଏ ବର୍ଷ ଚାଷୀ ଭଲ ଫସଲ ସହ ଭଲ ପରିବା ମଧ୍ୟ ଲାଭ କରିଥିଲେ। ହେଲେ ବର୍ତ୍ତମାନ ଆସୁଥିବା ଏହି ପଙ୍ଗପାଳ ନିଜ ଓଜନ ର ଖାଦ୍ୟ ରୂପରେ ସବୁଜ ଗଛ ଫସଲ ସବୁ ଖାଇ ନଷ୍ଟ କରି ଦେଇଥାନ୍ତି ଏଣୁ ଏ ନେଇ ଚାଷୀ ଚିନ୍ତା ରେ ଥିବା ବେଳେ କିନ୍ତୁ ସରକାର ଏହି ବିଷୟରେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ପିତା ଗଛ ଯଥା ନିମ୍ବ କଲରା ଆଦି ଖାଉ ନଥିବାରୁ ନିମ୍ବ ପିଡ଼ିଆ ତେଲ ଆଦି ସ୍ପ୍ରେ ଯୋଗେ କୀଟଙ୍କୁ ଦମନ କରିବା ପାଇଁ ପ୍ରସ୍ତୁତ ହେଉଥିବାର କୃଷି ବିଭାଗ ତରଫରୁ ସୂଚନା ଦିଆ ଯାଇଛି।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।