***ପଖାଳ ଖିଆ***

***ପଖାଳ ଖିଆ***

ପଖାଳ ଖିଆର ମଜା
ପାଖରେ ଗୁଡ଼ାଏ ଭଜା ।
ଘରଣୀ ହାତର ରନ୍ଧା
ହୃଦୟ ପଡ଼ିଛି ବନ୍ଧା ।
ଗ୍ରୀଷମ ପ୍ରବେଶ ହେଲା
ପଖାଳେ ଚିତ୍ତ ବଳିଲା ।
ଖଟା ଦହି ସାଥେ ପ୍ରୀତି
ତୋରାଣି ତୃଷା ର ସାଥୀ ।
ଲେମ୍ବୁ କାକୁଡିର ମେଳ
ଭାଙ୍ଗେ ପେଟ ଗୋଳମାଳ ।
ଶାଗ ଖରଡାର ସ୍ବାଦ
ଦଣ୍ଡକିରି ମାରେ ବାଦ ।
ବାଇଗଣ ପୋଡ଼ା ଥିଲେ
ଭାତ ଗଳ ଗଳ ଚାଲେ ।
ସଜନା ଛୁଇଁ ର ଭଜା
ତିଅଣ ଭିତରେ ରାଜା ।
କଞ୍ଚା ମରିଚକୁ ଆଣି
ପଖାଳେ ଭାଙ୍ଗିବ ପୁଣି ।
ପକାଇବ ଖଟା ଦହି
ମନକୁ ସେ ନେବ ମୋହି ।
ପିଆଜ ଲବଣ ସାହା
ରୁଚି ବଢାଇବ ତାହା ।
ରାଗ ଆଚାରଟି ଥିବ
ଭଜା ପାମ୍ପଡଟି ନେବ ‌‌।
ରୋହି ଭଜା ମାଛ ଗଡି
ଖାଇବ କଣ୍ଟାକୁ କାଢି ।
ଭଜା ଶୁଖୁଆର ମଜା
ହୁଏ ପଖାଳକୁ ଖୋଜା ।
ଆନନ୍ଦେ ବସିବ ଭୁଞ୍ଜି
କି କରି ପାରିବ ଝାଞ୍ଜି ।
ହେବ ନାହିଁ ଅଂଶୁଘାତ
ଖାଇଲେ ପଖାଳ ଭାତ ।
ହେଲେ ହେଉ ଟାଣ ଖରା
କାଟିବ ଉତ୍ତାପ ପରା ।
ଓଡ଼ିଆ ପଖାଳ କଂସା
ପୁରିବ ସକଳ ଆଶା ।
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

Comments (0)
Add Comment