ପକ୍ଷୀ ଜଗତର ସ୍ବାଭିମାନ ପକ୍ଷୀ ଚାତକ।

ବୋଲଗଡ଼,୨୬/୦୬ (ପିପିଟି): ମେଘ ମାଗୁଥାଏ ବର୍ଷା ଟୋପାଟିଏ ଚାତକ ଚାହିଁଛି ବାଟ, କେତେବେଳେ ଖୋଲିବ ଆକାଶ ମେଘ ହୋଇବ ବଜ୍ର ଫାଟ। ଶୋଷରେ ତା’ର କଣ୍ଠ ଶୁଖିଯାଉ ପଛେ ଛୁଏଁ ନାହିଁ ଭୂଇଁ ଜଳ,ସ୍ୱାଭିମାନୀ ପକ୍ଷୀ ସେ ଅଟେ ନିଆରା ମେଘ ତା’ର ସମ୍ବଳ।

ଚାତକ ପକ୍ଷୀ ଓଡ଼ିଆ ସାହିତ୍ୟ ଏବଂ ସଂସ୍କୃତିର ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଏହି ପକ୍ଷୀ ବର୍ଷା ଊତୁ ସହ ଜଡି଼ତ ହୋଇ ରହିଛି। ଓଡ଼ିଆ କବି ଲେଖକ ମାନେ ନିଜ ନିଜ ଲେଖା ଶୈଳୀରେ ଚାତକ ପକ୍ଷୀ ତାର ଭାବାବେଗ,ସ୍ୱଭିମାନ ଓ ଅପେକ୍ଷାକୁ ଫୁଟାଇ ତୋଳିଛନ୍ତି। ଲୋକ କଥା ଅନୁସାରେ ଏମିତିକି ବିଭିନ୍ନ ଜଳାଶୟ ନିକଟରେ ରହୁହୁଥିଲେ ମଧ୍ୟ ଚାତକ ପକ୍ଷୀ ସେ ପାଣି ମଧ୍ୟ ଛୁଏଁ ନାହିଁ। ଦରକାର ପଡିଲେ ଶୋଷରେ ମରିଜିବେ ପଛେ ବର୍ଷା ପାଣି ବ୍ୟତିତ ଅନ୍ୟ କୈଣସି ପାଣି ପିଏ ନାହିଁ।
ରାଜ୍ୟ ଭିତରର ପକ୍ଷୀ ହେଉ ଅବା ବିଦେଶୀ ପକ୍ଷୀ ଆମ ରାଜ୍ୟକୁ ବିଭିନ୍ନ ପ୍ରକାର ପ୍ରଜାତିର ପକ୍ଷୀ ଶୀତ ଦିନେ ଆସନ୍ତି। ବିଶେଷ କରି ଶୀତ ଋତୁ ଆରମ୍ଭ ହେବା ପୂର୍ବରୁ ଚିଲିକା ରେ ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀଙ୍କ ଆଗମନ ହୁଏ । ହେଲେ ସବୁ ପକ୍ଷୀଙ୍କର ନିହାତି ଭାବେ କିଛି ନା କିଛି ବିଶେଷତ୍ଵ ରହିଥାଏ । ଏସବୁ ପକ୍ଷୀଙ୍କ ଭିତରୁ ଗୋଟିଏ ଚାତକ ପକ୍ଷୀ । ଏହା ଆମ ରାଜ୍ୟରେ ଖୁବ୍ କମ୍ ଭାବରେ ଦେଖାଯାଇଥାନ୍ତି। ଆମ ଜନ ସାଧାରଣରେ ଲୋକ କଥା ଅନୁସାରେ ଏହା ଏକ ଏମିତି ପକ୍ଷୀ ଯିଏ କେବଳ ବର୍ଷା ପାଣି ହିଁ ପିଇ ଥାଏ। ଏହି ପକ୍ଷୀ ଟି କେବଳ ବର୍ଷାର ପ୍ରଥମ ବୁନ୍ଦା ପାଣି ପିଏ। ଏପରିକି ଆକାଶରେ ବିଭିନ୍ନ ଢଙ୍ଗରେ ଉଡ଼ି ଉଡ଼ି ପିଇଥାଏ। ଅନ୍ୟ ସମୟରେ କିମ୍ବା କୌଣସି ନଦୀ, ନାଳ ପୋଖରୀ ବା ହ୍ରଦର ପାଣି ପିଇ ନଥାଏ କେବଳ ବର୍ଷା ପାଣିକୁ ଅପେକ୍ଷା କରି ରହିଥାଏ।
ପ୍ରକୃତି ପ୍ରେମୀଙ୍କ କହିବା ଅନୁଯାୟୀ ଏହି ପକ୍ଷୀ କୋଇଲି ପ୍ରଜାତିର ଅଟନ୍ତି। ଏମାନଙ୍କ ରଙ୍ଗ ପଠିପାଖ କଳା ହୋଇଥିବା ବେଳେ ଥଣ୍ଟ ତଳ ଠାରୁ ପେଟ ପର୍ଯ୍ୟନ୍ତ ଧଳା ରଙ୍ଗ ହୋଇଥାଏ। ଏହି ପକ୍ଷୀର ଲାଞ୍ଜ ସାମାନ୍ୟ ଲମ୍ବା ଅଟେ। ଏହା ଏକ ଏମିତି ପକ୍ଷୀ ବହୁତ ଜୋରରେ ବୋବାଇଥାଏ। ଏହି ପକ୍ଷୀ କୀଟ ପତଙ୍ଗ ଝିଣ୍ଟିକା ସହ ଗୋବର ପୋକ ଖାଆନ୍ତି ଅଧିକାଂଶ ସମୟ ଆକାଶରେ ଉଡ଼ି ଥାଏ। ବେଳେବେଳେ ଅନେକ ଗଛଡାଳରେ ବସିଥିବାର ଦେଖିବାକୁମିଳେ। ଏହି ପକ୍ଷୀ ଜାମୁ କୋଳି ଖାଉଥିବା ମଧ୍ୟ ଦେଖାଯାଇଛି । ଏହି ଚାତକ ପକ୍ଷୀ ନିଜ ପ୍ରଜାତିର ପକ୍ଷୀଙ୍କ ବସାରେ ଅଣ୍ଡା ଦେଇଥାଏ। ଅନ୍ୟ ପକ୍ଷୀମାନେ ଏହାକୁ ନିଜରଭାବି ଅଣ୍ଡା ଫୁଟାଇଥାନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment