ପକେଟକୁ ବାଧିଲାଣି ଲେମ୍ବୁ ଦର।

ବୋଲଗଡ଼,୧୨/୦୪(ପିପିଟି):ଗ୍ରୀଷ୍ମ ଋତୁ ଆସିବାମାତ୍ରେ ଲେମ୍ବୁ ର ଚାହିଦା ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଥାଏ। ଗରମଭାତ ହେଉ, ପଖାଳଭାତ,ବା ସରବତ ସାଥିରେ ଲେମ୍ବୁ ନଥିଲେ ଖାଇବା ଯେମିତି ଫିକା ପଡିଯାଇଥାଏ। ଲେମ୍ବୁ ଯାହା ପ୍ରତେକ ସ୍ଥାନରେ ଅତିସହଜରେ ମିଳିପାରିଥାଏ। କିନ୍ତୁ ଚଳିତବର୍ଷ ଲେମ୍ବୁର ଦର ଆକାଶଛୁଆଁ ଦରବୃଦ୍ଧି ଯୋଗୁଁ ପରିବା ଦୋକାନକୁ ଗଲେ ଲେମ୍ବୁ କିଣିବାକୁ ଆସିଥିଲେ ମଧ୍ୟ ଗ୍ରାହକ ମନ ବଳାଉନାହିଁ। କାରଣ ଲେମ୍ବୁ ଗୋଟିଏ ପିଛା ଆଠ ଟଙ୍କାରୁ ବାର ଟଙ୍କାରେ ପହଞ୍ଚିଛି।ଏହିଭଳି ପରିସ୍ଥିତିରେ ଗରିବ ଠାରୁ ଧନି ପର୍ଯ୍ୟନ୍ତ ସମସ୍ତେ ମୁଣ୍ଡରେ ହାତଦେଲେଣି। ଏହା ଲୋକଙ୍କ ପକେଟ ଭାରିପଡୁଛି। ଏଭଳି ପରିସ୍ଥିତିରେ ଖାଉଟି ହନ୍ତସନ୍ତ ହେବାର ଦେଖିବାକୁ ମିଳିଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ। )

Comments (0)
Add Comment