ଭଞ୍ଜନଗର,୧୬/୦୧(ପିପିଟି): ଭଞ୍ଜନଗର ହାଇସ୍କୁଲ ରେ ଥିବା କିନୀ ଇମ୍ଫୋଟେକ ପ୍ରାଇଭେଟ ଲିମିଟେଡ଼ରେ ଗତ ଶନିବାର କିଛି ଦୁର୍ବୁତ୍ତ ପଶି ଭଙ୍ଗାରୁଜା କରିବା ସହ କମ୍ପ୍ୟୁଟର ଓ ପ୍ରିଣ୍ଟର ନେଇ ଯାଇଥିଲେ। ସେହି ଘଟଣାରେ ପୋଲିସ ସିସି ଟିଭି ଫୁଟେଜ ଆଧାରରେ କିଛି ଯୁବକଙ୍କୁ ଓ ଉକ୍ତ ସଂସ୍ଥାର କିଛି କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚରା କରୁଛି।ଜମାକାରୀ ମାନେ ପ୍ରୋଜେକ୍ଟ କିଣି କାମ କରି ସାରି ପଇଠ କରିଥିଲେ ମଧ୍ୟ ଗତ ମାସ ୨୭ତାରିଖ ଠାରୁ କେତେକଙ୍କ ପଇସା ଆସିବାରେ ସମସ୍ୟା ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଗତ କିଛି ଦିନ ଧରି ଅସନ୍ତୋଷ ଦେଖା ଦେଇଛି।ଫଳରେ କିଛି ଲୋକ ହାଠାତ୍ କାର୍ଯ୍ୟଳୟରେ ପଶି କର୍ମଚାରୀ ମାନଙ୍କୁ ଗାଳି ଗୁଲଜ କରିବା ସହ ଭଙ୍ଗାରୁଜା କରିଥିଲେ। ପୋଲିସ ସଂସ୍ଥାର କର୍ମଚାରୀଙ୍କ ଆଲୋଚନା କରି କିଭଳି ଲୋକଙ୍କ ଜମା ଟଙ୍କା ଫେରାଯାଇ ପାରିବ ସେ ବିଷୟରେ ଆଲୋଚନା କରୁଥିବା ଜଣାପଡିଛି।ବହୁ ଶିକ୍ଷିତ ଯୁବକ ଯୁବତୀ ଏହି ସଂସ୍ଥାରେ ଲକ୍ଷ ଲକ୍ଷ ଟଙ୍କା ଜମା କରିଥିବା ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )