ନେହେରୁ ଯୁବ କେନ୍ଦ୍ର ତରଫରୁ ମୋ ଭାରତ ବିକଶିତ ଭାରତ କାର୍ଯ୍ୟକ୍ରମ ।

ବେଲଗୁଣ୍ଠା,୧୦/୦୩(ପିପିଟି):ନାରୀ ଶକ୍ତିର ବିକାଶରେ ହିଁ ରାଷ୍ଟ୍ରର ପ୍ରକୃତ ବିକାଶ ହୋଇଥାଏ I ଏହି ବାର୍ତ୍ତାକୁ ନେଇ ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟ ଆନୁକୂଲ୍ୟରେ ନେହେରୁ ଯୁବ କେନ୍ଦ୍ର ଏବଂ ବିବେକାନନ୍ଦ ଯୁବକ ସଂଘର ମିଳିତ ଉଦ୍ୟମରେ ବଡ଼ ଦୋଡ଼ଙ୍ଗା ଏବଂ ନେଟେଙ୍ଗାରେ ବ୍ଳକ୍ ସ୍ତରୀୟ ମୋ ଭାରତ ବିକଶିତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ନାରୀ ଶକ୍ତିର ବିକାଶ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ନାରୀ ଶକ୍ତିର ବିକାଶ ସମ୍ପର୍କିତ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ସେହିପରି ନାରୀ ଶକ୍ତିକୁ ଜାଗ୍ରତ କରିବା ପାଇଁ ନାରୀ ଜାତିଙ୍କୁ ଉପଯୁକ୍ତ ଉଚ୍ଚ ଶିକ୍ଷା, ଆତ୍ମରକ୍ଷା କୌଶଳ ପ୍ରଦାନ କରିବା ସହିତ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ସଚେତନ କରାଯାଇଥିଲା I କାର୍ଯ୍ୟକ୍ରମରେ ବହୁ ମହିଳା ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ନେହେରୁ ଯୁବକେନ୍ଦ୍ର ସଂଯୋଜିକା ଦିପ୍ତିମୟୀ ବେହେରା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Comments (0)
Add Comment