ଭଞ୍ଜନଗର,୩୧/୦୭(ପିପିଟି): ଓଡ଼ିଶା ପାଇଁ ଗର୍ବ ଗୌରବ ଆଣିଥିବା ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ମହାମହିମ ଦ୍ରୌପଦୀ ମୁର୍ମୁଙ୍କୁ ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଲୋଷ୍ଟା)ର କର୍ମକର୍ତ୍ତା ମାନେ ସାକ୍ଷାତ କରିଛନ୍ତି।ଜୁଲାଇ ୨୦୨୨-ଦିଲ୍ଲୀ ରେ ସ୍କୁଲ ଟିଚରସ ଫେଡେରସନ ଅଫ ଇଣ୍ଡିଆ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରାଷ୍ଟ୍ରପତିଙ୍କ ବାସଭବନରେ ଓଲୋଷ୍ଟାର ମୁଖ୍ୟ ପରାମର୍ଶ ଦାତା ଜଗବନ୍ଧୁ ଜେନା, ଉପଦେଷ୍ଟା ରାଜ କୁମାର ସାହୁ, ସମ୍ପାଦକ ସୁକାନ୍ତ ବେହେରା, ଉପସଭାପତି ନୀଳାଦ୍ରି ବିହାରୀ ସୁବୁଦ୍ଧି, କୋଷାଧ୍ୟକ୍ଷ ଯୁଧିଷ୍ଠିର ପ୍ରଧାନ ପ୍ରମୁଖ କର୍ମକର୍ତ୍ତା ବୃନ୍ଦ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସ୍ୱତନ୍ତ୍ର ସାକ୍ଷାତ କରି ଅଭିନନ୍ଦନ ଜଣାଇଥିଲେ। ତାଙ୍କର କାର୍ଯ୍ୟ ଦକ୍ଷତା ଯୋଗୁଁ ଶ୍ରୀମତୀ ମୁର୍ମୁ ଭାରତର ରାଷ୍ଟ୍ରପତି ଆସନର ଅଧିକାରୀ ହୋଇପାରିଛନ୍ତି ଯାହାକି ସମସ୍ତ ଓଡିଶାବାସୀଙ୍କ ପାଇଁ ଗର୍ବ ବୋଲି ପରାମର୍ଶଦାତା ଶ୍ରୀ ଜେନା କହିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )