ଭଞ୍ଜନଗର, ୨୫/୦୧(ପିପିଟି):ଭଞ୍ଜନଗର ପୋଲିସ ପକ୍ଷରୁ ଆଜି ତୃତୀୟ ମୋବାଇଲ ମେଳା ଅନୁଷ୍ଟିତ ହୋଇଯାଇଛି।ସେଥି ମଧ୍ୟରେ ଆଜି ୨୦୨୬ ନୂତନ ବର୍ଷର ପ୍ରଥମ ମୋବାଇଲ ମେଳାରେ ୩୩ଜଣ ପ୍ରକୃତ ମାଲିକଙ୍କୁ ନିଜର ମୋବାଇଲ ଫୋନ ହସ୍ତାନ୍ତର କରାଯାଇଛି। ସାଧାରଣ ଲୋକଙ୍କ ପାଇଁ ଆଜିକାଲିର ନିତ୍ୟ ବ୍ୟବହାର୍ଯ୍ୟ ଓ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ଏହି ମୋବାଇଲ। ଏଥିରେ ତାର ସମସ୍ତ ମୂଲ୍ୟବାନ ତଥ୍ୟ ରହିଥାଏ।ଅସାବଧାନତା କାରଣରୁ ତାହା ହଜିଗଲେ ବହୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିଥାଏ।ତେଣୁ ଏହାକୁ ଗୁରୁତ୍ୱ ଦେଇ ଭଞ୍ଜନଗର ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଜ୍ଞାନ କୌଶଳ ବ୍ୟବହାର କରି ଅଭିଯୋଗ ଅନୁସାରେ ସେସବୁ ହଜିଥିବା ମୋବାଇଲ ଉଦ୍ଧାର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।ଗତ କିଛି ମାସ ମଧ୍ୟରେ ଏହି ଥାନା ପକ୍ଷରୁ ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ବିଭିନ୍ନ ନାମିଦାମୀ କମ୍ପାନୀର ମୋବାଇଲ ପ୍ରକୃତ ମାଲିକଙ୍କୁ ପ୍ରଦାନ କରାଯାଇଛି। ନିଜ ହଜିଲା ମୋବାଇଲ କୁ ଫେରି ପାଇବା ପରେ ମାଲିକ ମାନେ ଖୁବ ଖୁସି ବ୍ୟକ୍ତ କରିବା ସହ ଭଞ୍ଜନଗର ପୋଲିସକୁ ସାଧୁବାଦ ଜଣାଇଛନ୍ତି।ଭଞ୍ଜନଗର ପୋଲିସର ଏଭଳି ଜନ ମଙ୍ଗଳ କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛି।ଆଜି ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡକ୍ଟର ଦୀପକ କୁମାର ମିଶ୍ରଙ୍କ ଉପସ୍ଥିତିରେ ଥାନା ଅଧିକାରୀ ଜୀବନାନନ୍ଦ ଜେନା ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ଉଦ୍ଧାର ହୋଇଥିବା ମୋବାଇଲକୁ ଫେରାଇଥିଲେ।
ରିପୋର୍ଟ୍ -ଜେ କେ ପଟ୍ଟନାୟକ