କୋଦଳା,୦୧/୦୧(ପିପିଟି); ପ୍ରଶାସନର ନିର୍ଦ୍ଦେଶ ତଥା କୋଭିଡ ଗାଇଡ଼ ଲାଇନକୁ ପାଥେୟ କରି ବହୁତ ନ ହେଲେ ଅଳ୍ପ ସଂଖ୍ୟାରେ କୋଦଳା ଆରାଧ୍ୟ୍ୟ ଠାକୁର ବାବା ଦଣ୍ଡିଶ୍ୱର ମନ୍ଦିର ପରିସରରେ ଗ୍ରାମବାସୀଙ୍କ ଶୁଭ ମନାସୀ ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟକ ବର୍ଷ ବହୁ ଆଡମ୍ବର ସହକାରେ ଦୀପ ପ୍ରଜ୍ବଳନ କାର୍ଯ୍ୟ ସହିତ ପ୍ରସାଦ ସେବନର ବ୍ୟବସ୍ଥା କରାଯାଉଥିବା ବେଳେ ଏହି ବର୍ଷ ମନ୍ଦିର ରୀତିନୀତି ବ୍ୟତୀତ ସମସ୍ତ କାର୍ଯ୍ୟ ବନ୍ଦ ରହିଥିଲା ତଥାପି ଭକ୍ତ କମ ସଂଖ୍ୟକ ଉପସ୍ଥିତ ରହି ମନ୍ଦିର ସନ୍ଧ୍ୟା ଆଳତି ପରେ ପରେ ବିଭିନ୍ନ ସ୍ଥାନ ରେ ଦୀପଟିଏ ଜଳାଇ ନିଜ ନିଜ ପରିବାର ର ଶୁଭ ମନାସୀ ଭଗବାନ ଙ୍କ ଆଶୀର୍ବାଦ ଭିକ୍ଷ୍ୟା କରିଥିଲେ । ସେହିପରି ହନୁମନ୍ତ ନାରାୟଣୀ ମନ୍ଦିରରେ ମଧ୍ୟ ମା ମାନେ ଦ୍ବୀପ ପ୍ରଜ୍ବଳନ କରି ମାଙ୍କ ଆଶୀର୍ବାଦ ଲାଭ କରିଥିଲେ ।