ନୂତନ ତହସିଲଦାର ବିଜୟ ସେଠୀଙ୍କ ଯୋଗଦାନ ।

ବୋଲଗଡ଼,୨୨/୦୧ (ପିପିଟି):ଖୋର୍ଦ୍ଧା ଜିଲ୍ଲାର ବୋଲଗଡ ତହସିଲ କାର୍ଯ୍ୟାଳୟ କିଛିଦିନ ପୂର୍ବେ ବିବାଦୀୟ ହୋଇଥିବାବେଳେ ତହସିଲଦାର ଏବଂ ଓକିଲ ସଂଘ, ବରିଷ୍ଠ ନାଗରିକ ସଂଘଙ୍କ ମଧ୍ୟରେ ବାଦବିବାଦ ଲାଗିରହିଥିଲା । ପୂର୍ବ ତହସିଲଦାର ବିବାଦୀୟ କାର୍ଯ୍ୟଶୈଳୀ ଏବଂ ସାଧାରଣ ଜନତାଙ୍କୁ ଦୁଃବ୍ୟବହାର ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ତାଙ୍କର ଖୋର୍ଦ୍ଧା ଜିଲ୍ଲାମୁଖ୍ୟ କାର୍ଯୟାଳୟକୁ ବଦଳି ହୋଇଥିଲା । ଏ ନେଇ ତହସିଲଦାର ପଦଟି ଦିର୍ଘ ୩ମାସ ଧରି ଖାଲି ପଡ଼ିଥିଲା। ଫଳରେ ଜନସାଧାରଣ ତହସିଲ ଓ ସବରେଜିଷ୍ଟାର କାର୍ଯ୍ୟାଳୟ ଗୁଡିକ ଏକ ପ୍ରକାର ଠପ୍ ହୋଇପଡିଥିଲା। ସାଧାରଣ ଜନତାଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ଖୋର୍ଦ୍ଧା ଜିଲ୍ଲାପାଳ ଆସିଷ୍ଟାଣ୍ଡ ତହସିଲଦାର ଦିପ୍ତିମୟୀ ଶର୍ମାଙ୍କୁ କାର୍ଯ୍ୟଭାର ଅର୍ପଣ କରିଥିଲେ । ବୁଧବାର ଦିନ ବୋଲଗଡ଼ ତହସିଲଦାର ଭାବେ ନୂତନକରି ଯୋଗଦାନ କରିଛନ୍ତି । ପୂର୍ବରୁ ଶ୍ରୀ ସେଠୀ ବୈାଦ୍ଧଜିଲ୍ଲାର ସହକାରୀ-ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ । ତହସିଲଦାର ବିଜୟ କୁମାର ସେଠୀଙ୍କ ଯୋଗଦାନ ପରେ ବୋଲଗଡ ଅଞ୍ଚଳର ସାଧାରଣ ଜନତାଙ୍କ ମଧ୍ୟରେ ଖୁସିର ମହୋଲ ସୃଷ୍ଟି ହୋଇଛି । ତହସିଲଦାରଙ୍କୁ ସ୍ଥାନୀୟ ବୋଲଗଡ ଓକିଲ ସଂଘର ସଭାପତି ଆରିଫୁଦ୍ଦିନ ଖାଁ, ସମ୍ପାଦିକା ଗୈାରୀ ଦେବୀ, ବ୍ରହ୍ମାନନ୍ଦ ପଟ୍ଟଯେ।।ଶୀ, କୋଦାର ଚମ୍ପତ୍ତି, ପ୍ରମୁଖଙ୍କ ସହିତ ବହୁ ସାମ୍ବାଦିକ, ବୁଦ୍ଧିଜିବୀ, ବହୁ କୃଷକ ନେତା, ସାଧାରଣ ଜନତା ଭେଟି ଫୁଲତୋଡା ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ତହସିଲଦାର ପ୍ରତିକ୍ରିୟାରେ ସମସ୍ତଙ୍କୁ ଆଶ୍ୱାସନା ଦେଇ କହିଥିଲେ ସେ ସାଧାରଣ ଲୋକଙ୍କ ସମସ୍ୟାକୁ ତ୍ୱରିତ ଉପାୟରେ ସମାଧାନ କରିବାକୁ ଏବଂ ଲୋକମାନଙ୍କ ସହିତ ରହି କାର୍ଯ୍ୟକରିବାକୁ ଆଗ୍ରହୀ ଥିବା ପ୍ରକାଶ କରିଛନ୍ତି ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment