ଭଞ୍ଜନଗର, ୨୪/୭(ପିପିଟି):ବର୍ତ୍ତମାନ ସମୟରେ ନିଜ ସ୍ମୃତିକୁ ଜୀବିତ ରଖିବା ପାଇଁ ଯୁବଗୋଷ୍ଠୀଙ୍କ ମଧ୍ୟରେ ଯଥେଷ୍ଟ ଆଗ୍ରହ ବୃଦ୍ଧି ପାଇଛି।ଲୋକଙ୍କ ଚାହିଦା ମୁତାବକ ଉନ୍ନତ ମାନର ଫୋଟ ଉତ୍ତୋଳନ ପାଇଁ ବିଭିନ୍ନ ମଡେଲର କ୍ୟାମେରା ବ୍ୟବହାର କରାଯାଉଛି।ଏହାକୁ ଦୃଷ୍ଟିରେ ରଖି ଆଜି ଭଞ୍ଜନଗର ଫୋଟ ଗ୍ରାଫର ଆସୋସିଏସନ ଓ ସୋନି ଇଣ୍ଡିଆ କମ୍ପାନୀର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବିଡେକା ଭବନରେ ଏକ କର୍ମଶାଳାର ଆୟୋଜନ ହୋଇଥିଲା। ଜିପିଏ’ର ସଭାପତି ଜୟକୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ସୋନି କମ୍ପାନୀ ପକ୍ଷରୁ ମହମ୍ମଦ ନୁର,ଓଡ଼ିଶା ମୁଖ୍ୟ ସିଦ୍ଧାର୍ଥ ପଟ୍ଟନାୟକ, ବ୍ୟବସାୟିକ ମୁଖ୍ୟ ଯୁଧିଷ୍ଠିର ପାଇକ,ଆରଏସଓ ସୁଶାନ୍ତ କୁମାର ପ୍ରଧାନ ଓ ମଡେଲ ରୂପଶ୍ରୀ ଯୋଗ ଦେଇଥିଲେ।ସୋନିର ଅତ୍ୟାଧୁନିକ କ୍ୟାମେରା ଦ୍ୱାରା ବର୍ତ୍ତମାନ ସମୟରେ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି କିଭଳି ଜଣେ କ୍ୟାମେରା ମ୍ୟାନ ବିଭିନ୍ନ ପରିସ୍ଥିତିରେ ମଧ୍ୟ ଜୀବନ୍ତ ଫୋଟ ଓ ଭିଡ଼ିଓ ଉତ୍ତୋଳନ କରିପାରିବ ସେସମ୍ପର୍କରେ ତାଲିମ ପ୍ରଦାନ କରାଯାଇଛି।ଏଥିରେ ସଂଘର ପ୍ରାୟ ୬୦ଜଣ ସଦସ୍ୟ ଅଂଶ ଗ୍ରହଣ କରିଥିଲେ।ଭଞ୍ଜନଗର ଜଳଭଣ୍ଡାରର ବିଭିନ୍ନ ସ୍ଥାନରେ ସେମାନେ ଫୋଟ ଭିଡ଼ିଓ ସୁଟ କରିଥିଲେ।ଏଥିରେ ଜିପିଏ ସମ୍ପାଦକ ସାଗର ବେହେରା, ନିରଞ୍ଜନ ପ୍ରଧାନ, ସମୀର ବେହେରା, ସୁକାନ୍ତ ମହାନ୍ତି,ଅନୀଲ ବିଷୋୟୀ, ସିପୁ ଦାସ ଓ ଅନ୍ୟମାନେ ସହଯୋଗ କରିଥିଲେ।
ରିପୋର୍ଟ- (ଜେ. କେ ପଟ୍ଟନାୟକ)