ନୂତନ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ଗ୍ରାମବାସୀଙ୍କୁ ପାଣି ମିଳୁନାହିଁ ।

ସାନଖେମୁଣ୍ଡି,୩୧/୦୩(ପିପିଟି); ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଲରାପଦର ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ ଦୀର୍ଘ ୬ ମାସ ହେଲାଣି ସମୂର୍ଣ ହୋଇ ଛିଡା ହୋଇଛି ହେଲେ ଗ୍ରାମକୁ ପାଣି ମିଳୁନାହିଁ । ଏବେ ଯେଉଁ ଭଳି ଭାବରେ ପ୍ରଚଣ୍ଡ ସୂର୍ଯ୍ୟ ତାପ ଦିନ କୁ ଦିନ ବଢ଼ିବାରେ ଲାଗିଲାଣି ଆଉ ପାଣିର ମଧ୍ୟ ସମସ୍ୟା ସେମିତି ବଢ଼ିବାରେ ଲାଗିଲାଣି । ନଦି ବନ୍ଦ ସବୁ ସୁଖିବାରେ ଲାଗିଲାଣି । ଗ୍ରାମରେ ପାନୀୟ ଜଳ ସମସ୍ୟା ବହୁତ୍ ବର୍ଷ ହେଲା ଲାଗିରହିଛି । ହେଲେ ସ୍ଥାନୀୟ ପ୍ରଶାସନର ନିଦ୍ରା ଭାଙ୍ଗୁନି । ଲୋକେ ପାଣି ପାଇଁ ନା ନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ସରକାର ବସୁଧା ଯୋଜନା କରି ଲୋକ ମାନଙ୍କୁ ଉପକୃତ କରୁଥିବା ବେଳେ ସ୍ଥାନୀୟ ପ୍ରଶାସନର ମନମୁଖୀ କାର୍ଯ୍ୟ ଯୋଗୁଁ ଲୋକେ ବସୁଧା ଯୋଜନାରେ ଉପକୃତ ହୋଇପାରୁନାହାଁନ୍ତି । ଗ୍ରାମ ବାସୀଙ୍କ ସୂଚନା ଅନୁସାରେ କେବେ କେବେ ମନେ ପଡିଗଲେ ପାଇପ ରେ ୧୦ ମିନିଟ୍ ପାଣି ଆସୁଛି । କାଳେ ପାଇପ କେଉଁଠି ଫାଟିଥିବ ତାହା ଦେଖିବା ପାଇଁ ନ ହେଲେ ଆଉ ଆସୁନି ପାଣି ।

(ରିପୋର୍ଟ- ଆରତ କୁମାର ହୋତା ।)

Comments (0)
Add Comment