ନୂତନ ଛାତ୍ର ନେତା ସୃଷ୍ଟି ପାଇଁ ତ୍ରିପାଠୀ ଟ୍ୟୁଟୋରିଆଲରେ ନିର୍ବାଚନ

ଭଞ୍ଜନଗର,୧୯/୦୬(ପିପିଟି): ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ତ୍ରିପାଠୀ ଟ୍ୟୁଟୋରିଆଲ ରେ ନିର୍ବାଚନ ପ୍ରକିୟା ଅନୁଷ୍ଠିତ ହୋଇଥିଲା ଓ ବିଭିନ୍ନ ପଦ ପଦବି ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା।ଏହାର ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନଙ୍କୁ ନିର୍ବାଚନ ସମ୍ପର୍କରେ ପ୍ରତ୍ୟେକ୍ଷ ଅନୁଭୂତି ପ୍ରଦାନ କରିବା। ଯେହେତୁ ଭାରତ ଭଳି ଏକ ଗଣତନ୍ତ୍ର ରାଷ୍ଟ୍ରରେ ନିର୍ବାଚନ ପ୍ରତି ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ପାଇଁ ଅନୁଷ୍ଠାନରେ ପ୍ରତିବର୍ଷ ନିର୍ବାଚନ କରାଯାଇଥାଏ। ନିର୍ବାଚନରେ ନାମାଙ୍କନପତ୍ର ଦାଖଲ ପ୍ରଚାର, ମତଦାନ, ଭୋଟ ଗଣତି ଓ ଫଳାଫଳ ଘୋଷଣା ଅତି ସୃଙ୍ଖଳିତ ଭାବେ ନିୟମାନୁସାରେ ଅନୁଷ୍ଠିତ ହୋଇଥିଲା। ଏହି ସମସ୍ତ କାର୍ଯ୍ୟକୁ ଅନୁଷ୍ଠାନର ନିର୍ଦ୍ଦେଶକ ନିରଞ୍ଜନ ତ୍ରିପାଠୀ,ଜିଲୁ ପରିଚାଳନା କରିଥିଲେ। ଏଥିରେ ଶୁଭମ ପ୍ରଧାନ,ଅଜୟ ଗୌଡ଼, ସ୍ୱାତି ବେହେରା,ପ୍ରାଚୀ ଲାବଣ୍ୟ, ତୃପ୍ତିରାଣି ପ୍ରଧାନ, ଗୁଣ୍ଡିଚା ପ୍ରଧାନ, ରାକେଶ ପ୍ରଧାନ, ପ୍ରମିତ୍ ବେହେରା,ଏମାଙ୍କ ମଧ୍ୟାରୁ ସଭାପତି ରୂପେ ଶୁଭମ୍ ପ୍ରଧାନ , ଉପସଭାପତି ରୂପେ ସ୍ୱାତି ବେହେରା, ସାଧାରଣ ସମ୍ପାଦକ ରୁପେ ଗୁଣ୍ଡିଚା ପ୍ରଧାନ ଓ କ୍ରୀଡା ସମ୍ପାଦକ ରୁପେ ରାକେଶ ପ୍ରଧାନ ନିର୍ବାଚିତ ହୋଇଛନ୍ତି। ବଜୟୀ ପ୍ରାର୍ଥୀଙ୍କୁ ଅନ୍ୟ ଛାତ୍ର ଛାତ୍ରୀ ମାନେ ଶୁଭେଚ୍ଛା ଜଣାଇଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment