ଭଞ୍ଜନଗର, ୦୮/୦୨(ପିପିଟି):ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ମୁରଲୀ କୃଷ୍ଣ ପଣ୍ଡା ଯୋଗ ଦେଇଛନ୍ତି।ପୂର୍ବରୁ ଶ୍ରୀ ପଣ୍ଡା ରାୟଗଡା ଜିଲ୍ଲା ଗୁଡ଼ାରି ଏନଏସିରେ ପ୍ରାୟ ବର୍ଷେ ହେବ ଏହି ପଦବୀରେ କାର୍ଯ୍ୟ କରୁଥିଲେ।ଏଠାରେ ଶ୍ରୀ ପଣ୍ଡା ଦାୟିତ୍ୱ ଗ୍ରହଣ କରିବା ପରେ ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ଉପାଧ୍ୟକ୍ଷା ଶୁଭଶ୍ରୀ ଦାସଙ୍କ ସମେତ ସମସ୍ତ କାଉନସିଲର ଓ ଅନ୍ୟାନ୍ୟ କର୍ମଚାରୀ ମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଆଗାମୀ ଦିନରେ ସମସ୍ତଙ୍କ ସହଯୋଗରେ ଭଞ୍ଜନଗର ସହରର ବିକାଶ ଓ ଉନ୍ନତିକରଣ ଉପରେ ଧ୍ୟାନ ଦେବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।ପୂର୍ବରୁ ଏଠାରେ କାର୍ଯ୍ୟରତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଥିବା ଆଶୁତୋଷ ଗୌରବ କରଙ୍କ କେନ୍ଦ୍ରାପଡ଼ା ଜିଲ୍ଲାକୁ ବଦଳି ହୋଇଥିବା ଜଣାପଡିଛି।
ରିପୋର୍ଟ- (ଜେ. କେ ପଟ୍ଟନାୟକ)