ଆସିକା,୦୮/୦୧(ପିପିଟି): ଆଜି ଆସିକା ଆଦର୍ଶ ଥାନାକୁ ଗଞ୍ଜାମ ଜିଲ୍ଲା ରେ ନୂତନ ଭାବେ ଯୋଗ ଦେଇଥିବା ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା ପରିଦର୍ଶନ କରି ଫେରିଛନ୍ତି। ଆଜି ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା ଆସିକା ନିକଟ କୋଟିନଡ଼ା ଫାଣ୍ଡି ଠାରେ ପହଞ୍ଚିଥିଲେ। ଆସିକା ପୋଲିସ ପକ୍ଷରୁ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମାଶଙ୍କର ସିଂ, କୋଟିନଡ଼ା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସାହୁ, ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ସ୍ୟାଲୁଟ ସହ ପୁଷ୍ପ ଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ ।ଏହା ପରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା ଆସନ୍ତା କାଲିର ଆସିକା ଅନ୍ତର୍ଗତ କୋଟିନଡ଼ା ଥାନାକୁ ଉଦ୍ଘାଟନ ଉପରେ ସମସ୍ତ ବିଷୟ ଉପରେ ସମୀକ୍ଷା କରିଥିଲେ । ପୁଣି କୋଟିନଡ଼ା ଥାନା ଠାରୁ ଆସିକା ଆଦର୍ଶ ଥାନା ଠାରେ ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା ପହଞ୍ଚି ଥିଲେ । ଏଠାରେ ମଧ୍ୟ ଉପଖଣ୍ଡ ପୋଲିସ ଅଧିକାରୀ ଉମାଶଙ୍କର ସିଂ,ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ସହ ସମସ୍ତ କର୍ମଚାରୀ ଆରକ୍ଷୀ ଅଧିକ୍ଷକଙ୍କୁ ଅଭିବାଦନ ଜଣାଇଥିଲେ ।ସମସ୍ତଙ୍କ ପରିଚୟ ପ୍ରଦାନ ପରେ ଦେଶରେ ସର୍ବଶ୍ରେଷ୍ଠ ଥାନାର ମାନ୍ୟତା ପାଇଥିବା ଆସିକା ଥାନାକୁ ପରିଦର୍ଶନ କରିଥିଲେ । ପ୍ରକାଶ ଥାଉକି ନୂତନ ଭାବେ ଯୋଗଦେଇଥିବା ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା ଆସିକା ଥାନାରେ ୩୦/୦୩/୨୦୧୫ଠାରୁ ୨୭/୦୬/୨୦୧୫ ପର୍ଯ୍ୟନ୍ତ ଆସିକା ଥାନାରେ ପ୍ରବେଶନ ପିରିୟଡ ରେ ରହି ବହୁ ଉଲ୍ଲେଖନୀୟ କାର୍ଯ୍ୟକରି ପ୍ରଶଂସିତ ହୋଇଥିଲେ ।
ନୂତନ ଆରକ୍ଷୀ ଅଧିକ୍ଷକଙ୍କ ଆସିକା ଆଦର୍ଶ ଥାନା ପରିଦର୍ଶନ ।
