ନୂଆବର୍ଷ ପୂର୍ବରୁ ମେଳି ବାନ୍ଧିଲେ ଅଙ୍ଗାରଗାଁ ପଞ୍ଚାୟତର ବିଭିନ୍ନ ହରିଜନ ସାହିର ମୁଖିଆ ଓ ଯୁବଗୋଷ୍ଠୀ ।

କୋଦଳା,୨୦/୧୨(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ବିଭିନ୍ନ ହରିଜନ ସାହିର ମୁଖିଆ ଓ ଯୁବଗୋଷ୍ଠୀ ମାନେ ନୂଆବର୍ଷ ପୂର୍ବରୁ ବନ୍ଧୁ ମିଳନ ନାଁରେ ଅଙ୍ଗାରଗାଁ ନିକଟସ୍ଥ ଗିଲିଣ୍ଡ। ସ୍ଥିତ ମା ବଜ୍ରଷଣ୍ଢ ଠାକୁରାଣୀଙ୍କ ପୀଠରେ ଶୁକ୍ରବାର ଦିନ ମେଳି ବାନ୍ଧିବା ସହ ଏକ ସାଂଗଠନିକ ବୈଠକ ଆୟୋଜନ କରିଥିଲେ । ଆଗମୀ ଦିନରେ ସମସ୍ତେ ଏକାଠି ହୋଇ ରହିବା। ବିଭିନ୍ନ ଅସୁବିଧା ଏବଂ ସୁବିଧା ସମୟରେ ପରସ୍ପର ମିଳିମିଶି ଚଳିବା । ଏହି ବୈଠକର ଆଭିମୂଖ୍ୟ ବୋଲି ସୂଚନା ମିଳିଛି । ଏଥିସହିତ ଆଲୋଚନା ଦ୍ବାରା ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ଉକ୍ତ ବୈଠକରେ ମତବ୍ୟକ୍ତ କରିଥିଲେ ସରପଞ୍ଚ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ସେଠୀ । ଏଥିରେ ମିଥୁନ ଦାସ, ବିଚିତ୍ର ଦାସ, ବିଜୟ ଦାସ,ପ୍ରମୋଦ ସେଠୀ,ସରୋଜ ଦାସ,ମିଟୁ ସେଠୀ,ଦିପୁନା ସେଠୀ, ସଞ୍ଜୟ ଦାସ,ନିଳକଣ୍ଠ ଦାସ,ସୁରଥ ଦାସ,ବାବୁଲା ବେହେରା,ଯୁଗଳ ଦାସ, ଭଗବାନ ନାହକ,ଭାଗିରଥି ଦାସ, ରଞ୍ଜିତ ଶବର ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ସମସ୍ତଙ୍କୁ ନେଇ ଅନ୍ୟ ଏକ ସ୍ଥାନରେ ବୈଠକ ହେବ ବୋଲି ସୂଚନା ମିଳିଛି । ଏନେଇ ଅଙ୍ଗାରଗାଁ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଚର୍ଚ୍ଚା ଚାଲିଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Comments (0)
Add Comment